କଲେଜଛକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗଣେଶ ପୂଜା


କଟକ, ୧୪।୦୯: କଟକ କଲେଜଛକସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଶ୍ରୀଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁକାନ୍ତ କୁମାର ସାହୁଙ୍କ ସମେତ ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା ଓ ଅଭିଭାବକମାନେ ପୂଜାରେ ଯୋଗଦେଇ ଶ୍ରୀଗଣେଶଙ୍କ ଆଶୀର୍ବାଦ କାମନା କରିଥିଲେ। ବିଦ୍ୟାର୍ଥୀମାନଙ୍କ ଜ୍ଞାନ, ବୁଦ୍ଧି ଓ ସର୍ବାଙ୍ଗୀଣ ବିକାଶ ପାଇଁ ଏହି ଅବସରରେ ପ୍ରାର୍ଥନା କରାଯାଇଥିଲା।
ପୂଜା ଅବସରରେ ବିଦ୍ୟାଳୟ ପରିସର ଭକ୍ତିମୟ ପରିବେଶରେ ପରିପୂର୍ଣ୍ଣ ହୋଇଉଠିଥିଲା। ପ୍ରସ୍ତୁତ ଭୋଗ ଶ୍ରୀଗଣେଶଙ୍କୁ ଅର୍ପଣ ପରେ ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା ଓ ଅଭିଭାବକମାନଙ୍କ ମଧ୍ୟରେ ଭୋଗ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *