ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ


କଟକ, ତା. ୧୫।୦୯: ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ପକ୍ଷରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରାଯିବ। ଏହି ଅବସରରେ ଆସନ୍ତା ୧୭ ସେପ୍ଟେମ୍ବରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି।
ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ମହାନଦୀ ବିହାରସ୍ଥିତ ସେଲିବ୍ରେସନ ମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ରକ୍ତଦାନ ଶିବିରରେ କଟକ-ଚୌଦ୍ୱାର ଅଞ୍ଚଳରୁ ଅଧିକ ସଂଖ୍ୟକ ଯୁବକ ଓ କର୍ମକର୍ତ୍ତାଙ୍କ ଯୋଗଦାନ ନେଇ ଆଲୋଚନା କରାଯାଇଥିଲା। କିଭଳି ଏହି ରକ୍ତଦାନ ଶିବିରକୁ ରକ୍ତଦାନ କରିବା ସହିତ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘାୟୁ କାମନା କରିବା ଆମର ଲକ୍ଷ୍ୟ ବୋଲି ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ କହିଥିଲେ।
ବୈଠକରେ ମନୋଜ କୁମାର ସାହୁ, ଅମ୍ବିକା ପ୍ରସାଦ ସାମଲ, ଜିତେନ୍ଦ୍ର ପୃଷ୍ଟି, ରତନ ବାରିକ, ଆଶୁତୋଷ ଦାସ, ପୁଷ୍ପଲତା ସାହୁ, ଡ. ମନିକା ମହାପାତ୍ର, ଲକ୍ଷ୍ମଣ ରାଉତ, ଅଶୋକ ମିଶ୍ର, କବିତା ରାଣୀ ଲେଙ୍କା ଓ ଅଚ୍ୟୁତ ଘୋଷଙ୍କ ସମେତ କଟକ-ଚୌଦ୍ୱାର ଅଞ୍ଚଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *