ନୂଆଁଖାଇ ପରବ



ପଶ୍ଚିମ ଓଡ଼ିଶା ନୂଆଁଖାଇ ପର୍ବ
କୃଷି ଭିତ୍ତିକ ଗୈ।ରବ
ନୂଆ ଶସ୍ୟ ଧାନ ତିଆରି ପ୍ରସ୍ତୁତି
ମାଟିରୁ ଗଢ଼ା ସରବ।
ସେହି ପାତ୍ରେ ସବୁ ଖାଇବ ସମସ୍ତ
କରେଇ ଶାଳର ଦନା
ପ୍ରଭୁ ସମର୍ପଣ ଭୋଗଲାଗି ହୁଏ
ଆହାର ମିଶି ଭାଇନା।
ଦୃର ଦେଶୁ ବନ୍ଧୁ ସରବେ ଆସନ୍ତି
ପରବ କରି ପାଳନ
ମିଳିମିଶି ଖାଉ ଭେଦଭାବ ଭୁଲି
ଏକତା ମନ୍ତ୍ର ମିଳନ।
ଧୂପଦୀପ ଝୁଣା ଇଷ୍ଟ ଦେବ ପୂଜା
ମନ୍ତ୍ର ପାଠ ହୁଳହୁଳି
ଶାନ୍ତିର କାମନା ମା ସମଲେଇଙ୍କ
ପାଦରଖୁ ଭକ୍ତି ଅଳି।
ଏ ମାନଗୋବିନ୍ଦ ନୂଆଖାଇ ପଦ
କୃଷିର ଉନ୍ନତି ହଉ
ମା ସମଲେଶ୍ୱରୀ କରୁଣା କୃଷକ
ଚିର ଦିନ ଭକ୍ତି ରହୁ।

(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *