ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତ ଶେଷ

ଶିଶୁ ଅଧିକାର ଓ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ

ବାରିପଦା,(କ: ବ୍ଯୁ) ତା୧୧/୦୯/୨୦୨୬

                ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଏବଂ ଆୟୋଗର ସଦସ୍ୟା କସ୍ତୁରୀ ମିଶ୍ରଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତ ଆଜି ଶେଷ ହୋଇଛି । ଗସ୍ତ କାଳରେ ସେମାନେ ଜିଲ୍ଲାର ବିଭିନ୍ନ ଶିଶୁ ସୁରକ୍ଷା, ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟ ଓ ଯତ୍ନ ସମ୍ପର୍କିତ ବ୍ୟବସ୍ଥାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ ।

                ଗସ୍ତର ଶେଷ ଦିନରେ ଅଧ୍ୟକ୍ଷା ଓ ସଦସ୍ୟା ବାରିପଦାସ୍ଥିତ ଉତ୍କଳ ବାଳାଶ୍ରମ, ଚନ୍ଦାବିଲାସ୍ଥିତ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ‘ଆମ କଳିକା’, ଗୁହାଳଡିହାସ୍ଥିତ ଆମ ଅଙ୍ଗନବାଡ଼ି କେନ୍ଦ୍ର ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କାକବନ୍ଦ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

               ପରିଦର୍ଶନ ସମୟରେ ଶିଶୁମାନଙ୍କ ସୁରକ୍ଷା, ନିରାପତ୍ତା, ରହଣି, ଯତ୍ନ, ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶ ସମ୍ପର୍କିତ ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଥିଲା । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ପ୍ରାକ୍-ପ୍ରାଥମିକ ଶିକ୍ଷା ସମ୍ପର୍କିତ ବ୍ୟବସ୍ଥା ଏବଂ ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟରେ ଶିକ୍ଷା, ରହଣି ଓ ସୁରକ୍ଷିତ ପରିବେଶ ସମ୍ପର୍କରେ ଅଧ୍ୟକ୍ଷା ଅନୁଧ୍ୟାନ କରିଥିଲେ ।

ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *