
କଟକ 15/9 କଟକସିଟି ଇଂଜିନିୟର୍ସ କ୍ଲବର ଅଣସଠି ତମ ଇଂଜିନିୟର୍ସ ଦିବସ କଟକ ଶ୍ରୀରାମଚନ୍ଦ୍ର ଭବନରେ ଇଂଗୋପାଳ କୃଷ୍ଣ ବେହେରାଙ୍କ ସଭାପତିତ୍ୱରେ
ଅନୁଷ୍ଠିତ ହୋଇଯାଇଛି !
ଏହି ସଭାରେ ଓଡିଶା ସରକାରଙ୍କ କୋଠାବାଡି ବିଭାଗର ପ୍ରାକ୍ତନ ଇ ଆଇ ସି
ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗର ଇଆଇସି ଇଂ ଦିଲ୍ଲୀପ କୁମାର ରାଉତ ମୁଖ୍ୟ ବ୍ୟକ୍ତା ଭାବେ ଯୋଗଦେଇଥିଲେ ! ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫଟୋରେ ଅତିଥି ମାନେ ପୁଷ୍ପ ମାଲ୍ୟ ଅର୍ପଣ କରି
ଦୀପ ପ୍ରଜ୍ୱଳନ କରିଥିଲେ ! ଉପସଭାପତି ଇଂ ଦେବୀପ୍ରଶାଦ ନନ୍ଦ
ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ -କ୍ଲବର ପତ୍ରିକା ଇଂଗିନୀୟର୍ସ ଭୟେସ
-20256
ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚନ
ହୋଇଥିଲା -ଏହି ପତ୍ରିକା ଉନ୍ମୋଚନରେ ଇଂ ଗଗନବିହାରୀ ଛାଟୋଇ ସହାୟତା କରିଥିଲେ- ଏତତଃ ବ୍ୟତୀତ କ୍ଲବର ପାଟ୍ରନ ସଭ୍ୟା ଡ଼ଃ ସୁବାଶିନୀ ଲେଙ୍କାଙ୍କ ଦ୍ୱାରା ରଚିତ ପୁସ୍ତକ ଅକୁହାକଥା ଓ ଅନ୍ୟାନ ଗଳ୍ପ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା-
କ୍ଲବର ସମ୍ପାଦକ
ଇଂ ରମାକାନ୍ତ ପ୍ରଧାନ କ୍ଲବର
ବାର୍ଷିକ ବିବରଣୀ ପାଠ କରିଥିଲେ ! ଇଂ ଗୋପାଲକୃଷ୍ଣ ବେହେରା ଭାରତ ରତ୍ନ ଇଂ ଏମ ବିଶ୍ୱସୋରୀୟା ଙ୍କ ଜୀବନୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ-
ମୁଖ୍ୟ ବକ୍ତା ଓ ସଭାପତିଙ୍କ ଅଭିଭାଷଣ ପରେ ଇଂ ଯଦୁନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ଇଂ ଧୀରେନ୍ଦ୍ର କୁମାର ବିଶ୍ୱାଳ, ଇଂ ଶୂନ୍ୟଶ୍ୱର ସ୍ୱାଇଁ
ସଭା କାର୍ଯ୍ୟ ପରିଚାଳନାରେ
ସହଯୋଗ କରିଥିଲେ !