ବିଦ୍ୟାଧରପୁର ବିଦ୍ୟାଳୟ ସମୂହ ରେ ଗୁରୁ ଦିବସ ପାଳିତ

କଟକ, ତା ୦୫.୦୯.୨୦୨୬ ରିଖ ଶନିବାର ଦିନ 10 ଘଟିକା ସମୟରେ ବିଦ୍ୟାଳୟ ପରିସରରେ ବିଦ୍ୟାଧରପୁର ନୋଡାଲ ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ସାହୁ ଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ପାଳିତ ହୋଇଯାଇଛି। ହୋଇଯାଇଅଛି। ସମୂହ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଗୁରୁ ପୂଜନ କରିବା ସହିତ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଗୁରୁ ଡ଼ଃ ସାର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଞ୍ଜାପନ କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଞ୍ଜୁଶ୍ରୀ ମହାନ୍ତି,ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଛାତ୍ରୀ ତନୁଶ୍ରୀ ପଣ୍ଡା, ସଞ୍ଚିତା ମହାରଣା, ସାଇ ଶ୍ରୀୟା ସାହୁ, ରାଜେଶ୍ୱରୀ ପ୍ରଧାନ,ବିଷ୍ଣୁପ୍ରିୟା ମହାନ୍ତି, କୃଷ୍ଣ ଚନ୍ଦ୍ର ପ୍ରଧାନ, ଦିବ୍ୟାଂଶୀ ପ୍ରଧାନ ଗୁରୁ ବନ୍ଦନା ଗାନ କରିବା ସହିତ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ତୋଫାନ କୁମାର୍ ସାହୁ, ସରୋଜିନୀ ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *