ବିଡାନାସୀ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ଉଠିଲା ମାଟି

କଟକ, ୦୬।୦୯ ପବିତ୍ର ଦୁର୍ଗାପୂଜା ପାଇଁ କଟକ ବିଡାନାସୀ ଦୁର୍ଗା ପୂଜା କମିଟି, ପକ୍ଷରୁ ମହାନଦୀ ଚହଟା ଘାଟ ନଦୀ କୂଳରୁ ପବିତ୍ର ନନ୍ଦ ଉତ୍ସବ ଅବସରରେ ମାଟି ଉଠାଯାଇଥିଲା ଏହି

ମାଟିରେ ମା’ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ତିଆରି ହେବ। ଆଜି ପ୍ରାତଃ ସମୟର ତିନୋଟି ପୂଜା କମିଟି ପକ୍ଷରୁ ମାଟି ଆଣିବା ଲାଗି ଏକ ଶୋଭାଯାତ୍ରା ଘଣ୍ଟ, ଘଣ୍ଟା ତାଳରେ ନ‌ଦୀ କୂଳରେ ପହଞ୍ଚିଥିଲା।

ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମାଟିକୁ ପୁଣି ଶୋଭାଯାତ୍ରାରେ ମଣ୍ଡପ ନିକଟରେ ପହଞ୍ଚିଥିଲା। ବିଶେଷକରି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବରେ ମାଟି ଉଠାଯାଏ। ତେଣୁ ଆଜି ମାଟି ଉଠିବା ଦ୍ବିତୀୟ ଦିନରେ ଏହି ତିନୋଟି ପୂଜା କମିଟି ପକ୍ଷରୁ ମହାନଦୀ କୂଳରୁ ମାଟି ଉଠାଇ ଥିଲେ।

ଆଜି ଏହି ମାଟି ଉଠିବା କାର୍ଯ୍ୟ ହିଁ ପବିତ୍ର ଦୁର୍ଗାପୂଜାର ଆଦ୍ୟ ପର୍ବ ବୋଲି କୁହାଯାଏ। ମାଟି ଉଠିବା ଦିନଠାରୁ ପୂଜା କମିଟିର ଉତ୍ସାହ ପୂଜା ପାଇଁ ଆରମ୍ଭ ହୋଇଥାଏ। ଆଜିର ମୃଣ୍ମୟୀ ପ୍ରତିମା ପାଇଁ ମାଟି ଉଠିବା ସମୟରେ ବିଡାନାସୀ ଦୁର୍ଗା ପୂଜା କମିଟିର ସଭାପତି ସୁବାଷ ଚନ୍ଦ୍ର ସାହୁ, ସମ୍ପାଦକ ଶିବେନ୍ଦ୍ର ବେହେରା,ସହ ସମ୍ପାଦକ ସତ୍ୟଶ୍ରି ବେହେରା, ଗଗନ ଷଡ଼ଙ୍ଗୀ, ଜଟାଧାରୀ ସାମଲ, ପ୍ରଦିପ କୁମାର ଦାସ, କୋଷାଧ୍ୟକ୍ଷ ଦିଲ୍ଲୀପ ବେହେରା ସହିତ ବିଡାନାସୀ ଦୁର୍ଗା ପୂଜା କମିଟିର କର୍ମ କର୍ତ୍ତା ମାନେ ଓ ସାହିର ଅନେକ ମୁରବୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *