ଏ ରାକ୍ଷୀ ପୂର୍ଣ୍ଣୀମା ବନ୍ଧନ ସଂପର୍କ
ଭାଇ ଭଉଣୀ ନିବିଡ଼
ଭାଇର ହାତରେ ରାକ୍ଷୀ ବାନ୍ଧି ଦେଇ
ଭଗ୍ନିର ସୁରକ୍ଷା ବଡ଼।
ଭାଇ ବି ଭୁଲନା ଭଉଣୀ ଭାବର
ମହତ ରହିଛି କେତେ
ନଭ ସ୍ଥଳ ଭାବ ସଂପର୍କ ରହିଛି
ଶୋଭାର ଦୃଶ୍ୟ ଯେ ଏତେ।
ପରସ୍ପର ବନ୍ଧୁ ସଂସାର ମଧ୍ୟରେ
ଭାଇ ଭଗ୍ନି ଦୃଢ଼ ସେତୁ
ଯେତେ ଦୂର ଥିଲେ ଭଗ୍ନୀ ଛୁଟି ଆସେ
ଭାଇ ହାତେ ବାନ୍ଧି ରାକ୍ଷୀ।
ଆଜିର ଦିନରେ ରାକ୍ଷୀ ର ପୂର୍ଣ୍ଣିମା
ଦେବ ମନ୍ଦିର ଉତ୍ସବ
ଆନନ୍ଦ ଜନତା ଉତ୍ସବ ମୁଖର
ଖୁସି ପୂର୍ଣ୍ଣିମା ଗୈାରବ।
ଏ ମାନଗୋବିନ୍ଦ ପୂର୍ଣ୍ଣିମା ଆନନ୍ଦ
ସେନେହ ଥାଉ ସମସ୍ତ
ସଭିଏଁ ଭଉଣୀ ସଭିଏଁ ଭାଇଙ୍କ
ମମତା ମୋ ଚିରଦିନ
ବନ୍ଧୁର ଆଦର ଭାବ ବି ମଧୁର
ସଂସାର ସୁଦୃଢ ଦିନ ।
— o —-
ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା