ସେପ୍ଟେମ୍ବର ୧୨ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ


କଟକ ତା ୩୧.୦୮.୨୦୨୬ ରିଖ – କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସମସ୍ତ ତାଲୁକ୍ ଆଇନ ସେବା କମିଟି ପରିସରରେ ଆସନ୍ତା ୧୨.୦୯.୨୦୨୬ ରିଖ ଶନିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରଧୀନ ମକଦ୍ଦମା ଯଥା ସମାଧାନଯୋଗ୍ୟ ଟ୍ରାଫିକ୍ ଚାଲାଣ, ଦୋଷ ସ୍ୱୀକାର ବୁଝାମଣା, ମୋଟରଯାନ ଜନିତ ଦୁର୍ଘଟଣା, ଶ୍ରମ ବିବାଦ, ଜମି ଅଧିଗ୍ରହଣ, କ୍ଷତିପୂରଣ, ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ ଓ ଫୌଜଦାରୀ ଆଦି ମାମଲାର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଲୋକ ଅଦାଲତରେ ମକଦ୍ଦମା/ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡାନ୍ତ ଏବଂ ଅମଳଯୋଗ୍ୟ । ଏ ସମ୍ବନ୍ଧରେ ଅଧିକ ତଥା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, କଟକର ଟେଲିଫୋନ ନମ୍ବର ୦୬୭୧-୨୩୬୮୩୮୩ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *