

କଟକ : ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ମହାନଦୀବିହାର,ଶିଖରପୁର, କଟକଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପରିଚାଳନା ସମିତିର ସଭାପତି ସୁଶ୍ରୀ ପ୍ରତିମା ଶତପଥୀଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାଶ ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କଟକ ବିଭାଗ ବ୍ୟବସ୍ଥା ପ୍ରମୁଖ ଶ୍ରୀଯୁକ୍ତ କୂଳମଣି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ଜନ୍ମ ଓ ସାଂପ୍ରତିକ ପରିସ୍ଥିତିରେ ରକ୍ଷା ବନ୍ଧନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ନାୟକ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଦିବାପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ଚକ୍ରଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିଶୁମାନଙ୍କ ଦ୍ୱାରା ସ୍ୱହସ୍ତ ପ୍ରସ୍ତୁତ ରାକ୍ଷୀ ପରସ୍ପର ମଧ୍ୟରେ ବନ୍ଧନ କରାଯାଇଥିଲା ।ଶେଷରେ ଶିଶୁମାନେ ବିଦ୍ୟାଳୟ ନିକଟସ୍ଥ କଲୋନୀ ଓ ବ୍ଯବସାୟୀ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା ।