
ଚଣ୍ଡିଖୋଲ,୨୧/୭(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ବଡ଼ଚଣା ବ୍ଲକ ଅଂଚଳରେ ଥିବା ତିନିଟି କଲେଜରେ ନୂତନ ଅଧ୍ୟକ୍ଷ ଯୋଗଦାନ କରିଥିବା ସୂଚନା ମିଳିଛି l ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ପିଏନି ସ୍ୱୟଂ ସାଶିତ ମହାବିଦ୍ୟାଳୟ ଖୋର୍ଦ୍ଧାର ରାସାୟନ ବିଭାଗ ପ୍ରାଧ୍ୟାପକ ଡ଼ଃ ପ୍ରିୟବ୍ରତ ମହାନ୍ତି ଯୋଗଦେଇଛନ୍ତି l ବିଏସ କଲେଜ ନୂଆହାଟରେ ନୂତର ଅଧ୍ୟକ୍ଷ ଭାବେ ଯାଜପୁର ଜିଲ୍ଲା କଲଣ ସ୍ଥିର ମଧୁପୁର କଲେଜର ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼ଃ ବେଣୁଧର ପ୍ରଧାନ ଯୋଗଦେଇଛନ୍ତି l ସେହିପରି ଭାବେ ଛତିଆ ସ୍ଥିତ ମହାପୁରୁଷ ହାଦିଦାସ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଚଣ୍ଡିଖୋଲ ସ୍ଥିତ ବିବି କଲେଜର ଇଂରାଜି ବିଭାଗର ମୁଖ୍ୟ ପ୍ରଫେସର ବିମଳ ଚନ୍ଦ୍ର ମଲ୍ଲିକ ଯୋଗଦେଇଛନ୍ତି l ଏହି ତିନି କଲେଜର ଅଧ୍ୟକ୍ଷ ଭାବେ ନୂତନ ଅଧ୍ୟକ୍ଷ ଯୋଗଦେବା ପରେ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ମାନେ ସେମାନଙ୍କୁ ସ୍ୱାଗତ କରିଥିଲେ l