ନିଟ୍  ପରୀକ୍ଷାରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ସଫଳତା।

ଚଣ୍ଡିଖୋଲ ,୨୧/୭ (କ.ବ୍ୟୁ) (ପ୍ରଶାନ୍ତ କୁମାର ଜେନା):

ଚଳିତ ବର୍ଷର ନିଟ୍ ୨୦୨୬ ପରୀକ୍ଷା ଫଳ ପ୍ରକାଶ ପାଇଛି ଏଥିରେ ବଡ଼ଚଣା ବ୍ଲକ ଛତିଆ ଅଞ୍ଚଳ ର ନେଳିଆ ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମ ର ଶ୍ରୀ ଧୀରେନ୍ଦ୍ର ପାତ୍ର ଓ ଶ୍ରୀମତୀ ହରପ୍ରିୟା ପାତ୍ର ଙ୍କ ଝିଅ ବର୍ଷା ପ୍ରିୟଦର୍ଶିନୀ ପାତ୍ର ଉଲେଖନିୟ ସଫଳତା ହାସଲ କରି ବଡ଼ଚଣା ବ୍ଲକ ପାଇଁ ଗୌରବ ଆଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ ମୋଟ୍ ୭୨୦ ରୁ ୬୩୯ ନଂ ରଖି ସର୍ବଭାରତୀୟ ସ୍ତର ରେ ୨୩୬୫ ମାନ୍ୟତା ହାସଲ କରିଛନ୍ତି। ସେ ଏହି କୃତ କାର୍ଯ୍ୟ ପାଇଁ ଯାଜପୁର ଜିଲ୍ଲା ପ୍ରୟାସ ଶିକ୍ଷାଅନୁଷ୍ଠାନ ଓ ଉଚ୍ଚ ବିଦ୍ୟାଳୟ ସ୍ତର ରେ ସରସ୍ବତୀ ଶିଶୁ ମନ୍ଦିର ଛତିଆ କୁ ଶ୍ରେୟ ଦେବା ସଙ୍ଗେ ସଙ୍ଗେ ପିତା ମାତା ଓ ଈଶ୍ୱର ଙ୍କ ଆଶୀର୍ବାଦ ବୋଲି ପ୍ରକାଶ କରିଛନ୍ତି। ସେ ଚଳିତ ବର୍ଷ ଏମ୍ସ ଭେଷଜ ମହାବିଦ୍ୟାଳୟ ରୁ ଶିକ୍ଷା ଲାଭ କରି ଭବିଷ୍ୟତ ରେ ଜଣେ ସଫଳ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଲକ୍ଷ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି।ସେ ବିଦ୍ୟାଧର ପୁର ଗ୍ରାମ ର ସ୍ବର୍ଗତ ବାଉରୀ ବନ୍ଧୁ ପାତ୍ର ଓ ରେବତୀ ପାତ୍ର ଙ୍କ ନାତୁଣୀ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କଳ ଗ୍ରାମ ର ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ଶ୍ରୀ ସୁରେଶ କୁମାର ପାତ୍ର ଓ ଶ୍ରୀମତୀ ଶକୁନ୍ତଳା ପାତ୍ର ଙ୍କ ନାତୁଣୀ ଅଟନ୍ତି। ଏହି ସଫଳତା ପାଇଁ ଛତିଆ ଓ ବଡ଼ଚଣା ଅଞ୍ଚଳ ରେ ଖୁସି ର ଲହଡି ଖେଳି ଯାଇଛି। ନେଳିଆ ପଞ୍ଚାୟତ ର ସରପଞ୍ଚ ତଥା ପୂର୍ବତନ ଶିଶୁ ମନ୍ଦିର ର ଶିକ୍ଷୟିତ୍ରୀ ଜୟନ୍ତୀ ସ୍ୱାଇଁ ତାଙ୍କର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *