ବାବା ଭ୍ୟେରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ,ଚଣ୍ଡିଖୋଲ ରେ ନୂତନ ଅଧ୍ୟକ୍ଷଙ୍କ ଦାଇତ୍ୱ ଗ୍ରହଣ।

ଚଣ୍ଡିଖୋଲ ତା ୨୦/୭(କ.ଵ୍ୟୁ )(ପ୍ରଶାନ୍ତ କୁମାର ଜେନା) ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡି ମନ୍ଦିର ପାଦ ଦେଶରେ ବାବା ଭ୍ୟେରାବାନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ,, ଏହି ମହାବିଦ୍ୟାଳୟରେ ଆଜି ନୂତନ ଅଧ୍ୟକ୍ଷ ଭାବେ ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟର  କେମେଷ୍ଟ୍ରୀ (ରସାୟନ ବିଜ୍ଞାନ) ର ରିଦର୍ ଡକ୍ଟର ପ୍ରିୟବ୍ରତ ମହାନ୍ତି ବି ବି ସ୍ଵୟଂ ଶାସିତ ମହାବିଦ୍ୟାଳୟ,ଚଣ୍ଡିଖୋଲ ରେ ଯୋଗ ଦେଇଛନ୍ତି। ଏଠାରେ ଦାୟୀତ୍ୱରେ ଥିବା ଅଧ୍ୟକ୍ଷ  ଡକ୍ଟର ସଞ୍ଜୟ କୁମାର ରାୟ ଯୋଗ ଦେଇଥିବା ନୂତନ ଅଧ୍ୟକ୍ଷ ଡକ୍ଟର ମହାନ୍ତିଙ୍କୁ ଦାଇତ୍ୱ ହସ୍ତାନ୍ତର କରିଛନ୍ତି। ନୂତନ ଅଧ୍ୟକ୍ଷ ଭାବେ ଦାଇତ୍ୱ ଗ୍ରହଣ କରି ଥିବା ଡକ୍ଟର ପ୍ରିୟବ୍ରତ ମହାନ୍ତି ଙ୍କୁ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସମେତ କର୍ମଚାରୀ ମାନେ ଉଛ ସ୍ଵିତ ସମ୍ବର୍ଦ୍ଧନା କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବ ରେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସଞ୍ଜୟ କୁମାର ରାୟ, ଅର୍ଥନୀତି ବିଭାଗ ର ଅଧ୍ୟାପକ ମେଜର ଦିଲ୍ଲୀପ କୁମାର ନାୟକ, ଅଧ୍ୟାପକ ମଥୁରୀ ବେହେରା, ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟାପକ ବିଜୟ କେତନ୍ ସାମଲ, ଅଧ୍ୟାପକ ଦିଲ୍ଲୀପ କୁମାର ନାୟକ, ଅଧ୍ୟାପକ ଚରଣ ଶତପଥୀ, ଅଧ୍ୟାପକ ମୁକ୍ତିକାନ୍ତ ନାୟକ, ଅଧ୍ୟାପକ ନିଶିକାନ୍ତ ଦାସ , ଅଧ୍ୟାପକ ବ୍ରହ୍ମାନନ୍ଦ ସହୁ,    ଡେମୋନ୍     ଷ୍ଟେଟର ପ୍ରୁଥିରାଜ୍ ନାୟକ କାର୍ଯ୍ୟାଳୟର ବଡ଼ ବାବୁ ତପନ କୁମାର ବାରିକ ରଶ୍ମିତା  ମହାନ୍ତି,ମନୋରଞ୍ଜନ ସାହୁ ସମେତ କେତେକ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ପ୍ରଦାନ୍ କରି ସ୍ବାଗତ କରିଥିଲେ। ଏହି ମହାବିଦ୍ୟାଳୟରେ ଡକ୍ଟର ମହାନ୍ତି ସମ୍ବର୍ଦ୍ଧିତ ହେବା ପରେ ପରିଚାଳନା କମିଟି ସଭାପତି ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ସାକ୍ଷାତ କରିଥିଲେ। ଏହି ମହାବିଦ୍ୟାଳୟର ଶିକ୍ଷା ର ପ୍ରଗତି, ଠିକ୍ ଭାବରେ ଶିକ୍ଷାଦାନ କରି ଛାତ୍ର ଛାତ୍ରୀ ମାନଂକ ବିକାଶ, ଏ ମହାବିଦ୍ୟାଳୟର ସୁନାମ ଅର୍ଜନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବା ପାଇଁ ଉଦ୍ୟମ କରିବି ବୋଲି ଅଧ୍ୟକ୍ଷ ଡକ୍ଟର ମହାନ୍ତି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *