ଡ଼ାକ୍ତର ବିଜୟ କୁମାର ଶତପଥୀ ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଚଣ୍ଡିଖୋଲ ୨୦/୭(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା) ସମାଜରେ ଦ୍ଵିତୀୟ ଭଗବାନ୍ ଆଖ୍ୟା ପାଇଥିବା ଡାକ୍ତର ଙ୍କ ସମ୍ମାନାର୍ଥେ ଜୁଲାଇ ୧ତାରିଖକୁ ଡାକ୍ତର ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ହେଲ୍ ଥ୍ କନ୍ କ୍ଲେଭ୍ ଆନୁକୂଲ୍ୟରେ ଯାଜପୁର ଟାଉନ୍ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଯାଜପୁର ଜିଲ୍ଲାର ପୂର୍ବତନ ମୁଖ୍ୟ ଚିକିତ୍ସା ଅଧିକାରୀ ତଥା କର୍ଣ୍ଣ, ଗଳା, ନାଶା ବିଭାଗର ବିଶେଷଜ୍ଞ ଡାକ୍ତର ବିଜୟ କୁମାର ଶତପଥୀ ଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ନିର୍ଦ୍ଦେଶକ ହିମାଂଶୁ ହୋତା ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଧନା ସଭାକୁ ଯାଜପୁର ଜିଲ୍ଲାପାଳ ଆମ୍ବର୍ କୁମାର କର ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଟ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରସନ୍ନ କୁମାର ସାହୁ ଯୋଗଦେଇ ଶ୍ରୀ ଶତପଥୀଙ୍କୁ ଉତ୍ତରୀୟ,ପୁଷ୍ପ ଗୁଚ୍ଛ, ମାନପତ୍ର, ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡି ଏମ୍ ଓ ଡାକ୍ତର ମନୋଜ ସେନାପତି, ମହାରାଜା ଯଯାତି କେଶରୀ ମେଡିକାଲ ର ଆନାଟୋନି ବିଭାଗରେ ମୁଖ୍ୟ ଡାକ୍ତର ଧର୍ମ ନିରଞ୍ଜନ ମିଶ୍ର, ମହିଳା ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁମନ୍ତ କୁମାର ରାଉଳ, ବରୁଣେଶ୍ୱର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ବଟକୃଷ୍ଣ ମହାପାତ୍ର ଯୋଗଦେଇଥିଲ। ସେବା, ତ୍ୟାଗ, ପରିଶ୍ରମ, ମଣିଷ ଜୀବନ ପ୍ରତି ଦାୟିତ୍ଵ ପାଇଁ ବିଶେଷ ଅବଦାନ ନିମନ୍ତେ ଡାକ୍ତର ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ତାଙ୍କୁ ରୋଗୀ ସେବା କରିବା ପାଇଁ ଅଧିକ ଉତ୍ସାହିତ କରିବ ବୋଲି ଡାକ୍ତର ଶତପଥୀ ନିଜର ପ୍ରତିକ୍ରିୟା ରେ କହିଛନ୍ତି।

Leave a Reply

Your email address will not be published. Required fields are marked *