ଆଡ଼ପ ଅବଢ଼ା

ଆଡ଼ପ ମଣ୍ଡପ ଆଡ଼ପ ଅବଢ଼ା
ପ୍ରସାଦ ଭକ୍ତ ଉଛନ
ନାମ ଜପ ନିତି ତୁଣ୍ଡେ ଧରୁଥିଲେ
ପାପ ତା ହବ ଉଭାନ।
ଗୁଣ୍ଡିଚା ମନ୍ଦିର ସୁନ୍ଦର ଦିଶୁଛି
ଭକ୍ତଙ୍କ ଲାଗିଛି ଭିଡ଼
ମନ୍ତ୍ର ପାଠ ଚାଲେ ବ୍ରାହ୍ମଣ ପଣ୍ଡିତ
ସକାଳ ହୁଏ ଯୋଗାଡ଼।
ଆଡ଼ପ ଦର୍ଶନ ସନ୍ଧ୍ୟା ଏଇ ଦୃଶ୍ୟ
ଭକ୍ତି ଧୂପ ଦୀପ ପୂଜା
ଆଲୋକ ମାଳାରେଝଲସି ଉଠୁଛି
ମନୋରମ ଭକ୍ତ ଉଭା।
ସଂଗୀତ ଲହରୀ ଭଜନ କୀର୍ତ୍ତନ
ଭକ୍ତ ଭକ୍ତି ପରିବେଶ
ତୃପ୍ତି ଲାଗୁଥାଏ ମନର ଆନନ୍ଦ
ଭୁଲି ପାରୁ ନାହିଁ ବିଶ୍ବ।
ଜନମ ବେଦୀରେ ମନ୍ଦିର ବାନାର
ପ୍ରାଧାନ୍ୟ ରହିଛି ବେଶି
ଯିଏସେ ଦେଖିଲେ ହୃଦ ପୁରିଯାଏ
ପ୍ରଫୁଲ୍ଲ ଲାଗଇ ଖୁସି।
ଶରଧା ବାଲିର ମମତା ବଢୁଛି
ମହାବାହୁ ଆକର୍ଷଣ
ଜନ ସମାଗମ ଜୀବନ ଆର୍ଦଶ
ହେ ପ୍ରଭୁ ଘେନ ପ୍ରଣାମ।

ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *