
ଚଣ୍ଡିଖୋଲ, ୧୮/୭(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା) : ବଡଚଣା ଓଷ୍ଟା ଆନୁକୂଲ୍ୟରେ ବଡଚଣା ବ୍ଲକ୍ ଅନ୍ତର୍ଗତ ସମରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ,ଧାଉଡ଼ିଆ ପଦା ଠାରେ ବଡଚଣା ବ୍ଲକ୍ ର ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟ ରେ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ରୂପେ ଯୋଗଦେଇଥିବା ତଥା ବଡଚଣା ବ୍ଲକ୍ ରୁ ଅନ୍ୟ ବ୍ଲକ୍ ରେ ନୂତନ ଭାବେ ଯୋଗ ଦେଇଥିବା ୨୧ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ବିଦ୍ୟାଳୟ ଗଠନରେ ପ୍ରଧାନ ଶିକ୍ଷକ ଙ୍କ ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ସଭାପତି ସୁଭାଷ ଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥଲା। ଆଲୋଚକ ଭାବେ ଡ ଭାଗ୍ୟାଧର ସାହୁ,ଦୟାନିଧି ସାମଲ, ରାମ ଚନ୍ଦ୍ର ସାମଲ,କିଶୋର ଚନ୍ଦ୍ର ଦାସ,ପ୍ରଧାନ ଶିକ୍ଷକ ଙ୍କ ସମର୍ପିତ ମନୋଭାବ, ଶୈକ୍ଷିକ ପରିଚାଳନା ଦକ୍ଷତା, ପିତା ମାତା,ଅଭିଭାବକ ଙ୍କ ସହ ସମର୍କ, ସାଧୁତା, ଦଳପତି ଭାବେ ନିଷ୍ଠା, ବିଦ୍ୟାଳୟକୁ ଯଶସ୍ଵି କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଜିତ୍ କୁମାର ମହାନ୍ତି, ସୁର ମୋହନ ମହାପାତ୍ର, ଭରତ ଚନ୍ଦ୍ର ଜେନା, ରାଖାଲ ଚନ୍ଦ୍ର ଜେନା ପ୍ରମୁଖ ନିକ ନିଜର କର୍ତ୍ତବ୍ୟ ରଖିଥିଲେ। ଓଷ୍ଟାର ଯୁଗ୍ମ ସଂପାଦକ ନିର୍ମଳ କୁମାର ଦଳେଇ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସତ୍ୟବାଦୀ ପଣ୍ଡା ଆଲୋଚନା ଚକ୍ର ର ଉଦେଶ୍ୟ ଉପାରେ ଆଲୋଚନା କରିଥିଲେ। ଅଭ୍ୟର୍ଥନା କମିଟିର ସଭାପତି ବସନ୍ତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ନୋଡାଲ ସ୍କୁଲ୍ ର ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ କାନୁନଗୋ, ପ୍ରକାଶ ଚନ୍ଦ୍ର ପାଲ, ମାଧବ ଚନ୍ଦ୍ର ସ୍ବାଇଁ, ଗାୟତ୍ରୀ ନାୟକ, ବନିତା ବିଶ୍ବାଳ, ବଟକୃଷ୍ଣ ସାହୁ, ପ୍ରଶାନ୍ତ ସାମନ୍ତରାୟ , ଦେବାଶ୍ରିତା ଦେବସ୍ମିତା ନାୟକ୍,ବିଶ୍ଵବନ୍ଦିତା ଦାସ, ଅମରେଶ ସାହୁ, ଅମିୟ ତ୍ରିପାଠୀ, ଅବଦୁଲ ମୁସ୍ତା ଫିଜ୍ ଖାଁ, ସୁରେଶ୍ ଚନ୍ଦ୍ର ମହାପାତ୍ର ପ୍ରମୁଖ ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ।ବିଦ୍ୟାଳୟର ଶିକ୍ଷକ ଅନିଲ କୁମାର ପ୍ରଧାନ, ବାସୁଦେବ ମଲ୍ଲିକ, ଗୀତାଞ୍ଜଳି ପରିଡ଼ା, ଶୁଚିଶ୍ମିତା ଧଳ, ରିଙ୍କି ସାହୁ, ତପସ୍ଵିନୀ ଜେନା, ତୃପ୍ତିମୟୀ ମଲ୍ଲିକ, ପ୍ରିତି ରଂଜନ ବିଶ୍ବାଳ, ସତ୍ୟବ୍ରତ ସାହୁ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥଲେ।