ମୟୂରଭଞ୍ଜ ଜିଲା ଖଣିଅଧିକାରୀ ଓ ଦୁଇ କନିଷ୍ଠ ଅଧିକାରୀ କପ୍ତିପଦା-ଉଦଳା,ଉପ-ଜିଲ୍ଲାପାଳଙ୍କ ଦ୍ବାରା ଦଣ୍ଡିତ

ବାରିପଦା -ଉଦଳା(କ: ବ୍ଯୁ)ତ୧୮/୦୭/୨୦୨୬
ଘଟଣାରୁ ପ୍ରକାଶ ଯେ ଗତ ଜୁନ ମାସ ତା୩୦ରିଖ ଠାରୁ‌ ଏ ଅଞ୍ଚଳର ସମସ୍ତ ବାଲି ଖାଦାନ ଗୁଡ଼ିକ ପୁନଃ ଲିଜ୍ ପ୍ରଦାନ ନହେବା ପର୍ଯ୍ୟନ୍ତ କୌଣସି ବାଲି ଖାଦାନରୁ ବାଲି ଉତ୍ତୋଳନକୁ ସରକାରୀ ସ୍ତରରେ ନିଶିଧ୍ଯ କରା
ଯାଇଛି। ଏପରି ସ୍ଥଳେ ଗତକାଲି ତା୧୭/୦୭/୨୬ ରିଖ ପ୍ରାୟ ଅପରାହ୍ନ ୪ଘଟିକା‌ ସମୟରେ
ଉପରୋକ୍ତ ଅଧିକାରୀମାନେ ଉଦଳାସ୍ଥ ଷ୍ମଶାନକାଳି ମନ୍ଦିର ଇଲାକାରୁ ବେଆଇନ ଭାବେ ଏକ ଟ୍ରାକ୍ଟର ନମ୍ବର(ଓଡି ୧୧ସି୭୮୭୫) ରେ ବାଲି ବୋଝେଇ କରି ନେଇଯାଉଥିବା ଅବସ୍ଥାରେ ଧରିଥିବାରୁ କପ୍ତିପଦା ଉପ-ଜିଲ୍ଲାପାଳ ତାଙ୍କ ଅନୁମତି ବିନା ତାଙ୍କ ଉପ-ଖଣ୍ଡ ଇଲାକାରୁ ଏହାକୁ ଧରିବା ଏକ ଅଣ ଅଧିକାର କାର୍ଯ୍ୟ ଦର୍ଶାଇ ମାଇନି•
ଅଧିକାରୀ ତ୍ରୟ ଙ୍କୁ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଉକ୍ତ ବାଲି ବୋଝେଇ ଟ୍ରାକ୍ଟରକୁ ଛାଡ଼ି ଦେଇଥିଲେ। ଉପ-ଜିଲ୍ଲାପା।ରଙ୍କ ଏତାଦୃଶ କାର୍ଯ୍ୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଖବର ପାଇ ଖଣି ଅଧିକାରୀ ପିତାମ୍ବର ମହାନ୍ତ, କନିଷ୍ଠ ଖଣି-ଅଧିକାରୀ ଭବାନୀ ଥାନାରେ ପହଞ୍ଚି କଣ ପାଇଁ ‌ଏ ତିନି ଜଣଙ୍କୁ ଅଟକ ରଖାଯାଇଛି ବୋଲି ପଚାରିବାରୁ ପୋଲିସ ସେମାନଙ୍କୁ ଉପ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଟକ ରଖାଯାଇଛି ବୋଲି କହିଥିଲେ। ଏବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ସାଧାରଣରେ ଦାବି ହେଉଛି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *