ଉଦଳା ସତ୍ୟସାଇ ସମିତି ଦ୍ୱାରା ମାଉସୀ ମାଆ ମନ୍ଦିର ରେ ଦ୍ୱିତୀୟ ଦିନରେ ସେବା କାର୍ଯ୍ୟକ୍ରମ

ବାରିପଦା -ଉଦଳା(କ: ବ୍ଯୁ)ତା୧୯/୦୭/୨୦୨୬ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଉଦଳା ସତ୍ୟ ସାଇ ସେବା ସମିତି ଦ୍ୱାରା ମାଉସୀ ମାଆ ମନ୍ଦିର ରେ ସେବା କାର୍ଯ୍ୟକ୍ରମ ଜାରି ରହିଛି – ସକାଳ 6 ଘଟିକା ରେ ମନ୍ଦିର ରେ ପହଂଚି ପରିବେଶ ରଥ ଚତୁର୍ପାଶ୍ୱ କୁ ସଫା ସୁତୁରା କରିଥିଲେ – ତତ ପରେ ଚୁଳିଆପୋଷି ହନୁମାନ ମନ୍ଦିର ସଫେଇ କରାଯିବା ସହିତ ଭଜନ କରାଯାଇଥିଲା – ସାଇ ସଂଗଠନ ର ନିଷ୍ପତ୍ତି ଅନୁଯାଇ ଗ୍ରାମର ସେବା କାର୍ଯ୍ୟକ୍ରମ କରାଯାଇଥିଲା – ଏଥିସହିତ ସହିତ ସଂଗଠନ ର ପ୍ରେମତରୁ କାର୍ଯ୍ୟକ୍ରମ ଅନୁସାରେ ହନୁମାନ ମନ୍ଦିର ପରିସରରେ ପେଡା, ଡାଳିମ୍ବ, ଅଁଳା, ଗଙ୍ଗ ଶିଉଳି, ଚନ୍ଦନ, ବଉଳ, ବର କୋଳି ବୃକ୍ଷ ରୋପଣ କରାଯାଯାଇଥିଲା – ଉକ୍ତ କାର୍ଯ୍ୟକ୍ରମ ରେ ଆବାହକ ମାନସ କୁମାର ଆଚାର୍ଯ୍ୟ, ରୁନୁ ଗୋପାଲ ରାୟ, ଅନ୍ତର୍ଯ୍ୟାମୀ ମୁଦୁଲି, ସୁବଳ କୁମାର ବେହେରା, ଶଶୀକାନ୍ତ ମିଶ୍ର, ରାଜେନ୍ଦ୍ର କୁମାର ବେହେରା, ଜୟନ୍ତୀ ରାୟ, ଶୁଭଲକ୍ଷ୍ମୀ ପଣ୍ଡା, ଅରବିନ୍ଦ ମୁଦୁଲି ପ୍ରମୁଖ ସାମିଲ ହୋଇଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *