ଅସ୍ମିତା ଖବର ର ପ୍ରଥମ ବାର୍ଷିକ ଉତ୍ସବ।

ଚଣ୍ଡିଖୋଲ ୧୬/୭( କ ବ୍ୟୁ )(ପ୍ରଶାନ୍ତ କୁମାର ଜେନା) : ଚଣ୍ଡିଖୋଲରୁ ପ୍ରସାରଣ ହେଉଥିବା  ଅସ୍ମିତା ଡିଜିଟାଲ ମିଡିଆ ହାଉସ୍ (ଅସ୍ମିତା ଖବର) ର ପ୍ରଥମ ବାର୍ଷିକ ଉତ୍ସବ ଆଜି ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି।ଅଜୟ ଅନୁରାଗ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ମହେଶ୍ୱର ବଳ ଗଣମାଧ୍ୟମ ସମାଜର ଦର୍ପଣ, ଦର୍ପଣ ଯେପରି ନିଜର ପ୍ରତିବିମ୍ବ ଦେଖାଇ ଥାଏ, ସେହି ପରି ଗଣମାଧ୍ୟମ ସମାଜର ଅବହେଳିତ, ନିଷ୍ପେସିତ ନିର୍ଯାତିତ, ଅସହାୟ ଲୋକ ମାନଙ୍କ ର ସ୍ୱର ହେବା ସହିତ ସତ୍ୟନିଷ୍ଠ,ନିର୍ଭୀକ ନିରପେକ୍ଷ ସମ୍ବାଦ ପରିବେଷଣ କରି ବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରେସ କ୍ଲବ ଚଣ୍ଡିଖୋଲ ର ସଭାପତି ବେଣୁଧର ପଣ୍ଡା ସାଂପ୍ରତିକ ସମୟରେ ଗଣମାଧ୍ୟମ ବହୁ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ଵ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି, ଏହା ସହିତ ତାଳଦେଇ ପାଠକ ମାନଙ୍କ ମାନସିକତା, ରୁଚି ବଦଳିଛି। ଛାପା ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରେ ଡିଜିଟାଲ ମିଡିଆ ସମୟ ବ୍ୟବଧାନ ହ୍ରାସ କରିଛି ବୋଲି କହିବା ସହିତ ଏହା ଜନ ସାଧାରଣ ସ୍ୱର ହେବ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଶୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଜୁଲତା ସ୍ଵାଇଁ,ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ୍ ର ସମ୍ପାଦକ ପ୍ରକାଶ କୁମାର ଦାସ, ବାଲି ଚନ୍ଦ୍ର ପୁର ସ୍ଥିତ ସାହାସ୍ ପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ପୃଷ୍ଟି ଅସ୍ମିତା ଖବର ର ଉତ୍ତୋରତ୍ତୋର ଉନ୍ନତି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରମୋଦ କୁମାର ଜେନା,ଅଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି, ଶିବରାମ ସାହୁ,ପ୍ରତାପ କେଶରୀ ରାଉତରାୟ, ପ୍ରସନ୍ନ କୁମାର ବିଶ୍ବାଳ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଅସ୍ମିତା ଖବର ର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ କୁମାର ପଲେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥଙ୍କ ଫଟୋଚିତ୍ର ଧୂପ, ଦୀପ ,ନୈବେଦ୍ୟ, ଆଲୋକ ପ୍ରଜ୍ବଳନ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *