ଟଙ୍କା ଦିଅ, ଆବାସ ନିଅ !


ଗରଦପୁର : ଗରଦପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସୁଛି l ଚର୍ଚ୍ଚା ହେଉଛି ଯେ, ବିଭିନ୍ନ ପଞ୍ଚାୟତରେ ଇନକମ୍ ଟ୍ୟାକ୍ସ ଦାତା, ସରକାରୀ ଚାକିରିଆ, ଦୁଇଟାଲା ଘରର ମାଲିକ, ବଡ଼ ବ୍ୟବସାୟୀ ଏବଂ ଆର୍ଥିକ ଭାବେ ସମ୍ପନ୍ନ ବ୍ୟକ୍ତିଙ୍କ ନାମ ମଧ୍ୟ ଆବାସ ତାଲିକାରେ ସ୍ଥାନ ପାଇଛି l
ସେହିପରି, ଏକ ଆବାସ ମଞ୍ଜୁର ପାଇଁ ପ୍ରାୟ ୩୦ ହଜାର ଟଙ୍କା ଲାଞ୍ଚ ଆଦାୟ କରାଯାଇଥିବା ଅଭିଯୋଗ ମଧ୍ୟ ଉଠୁଛି l ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା କେବଳ ଏକ ଅନିୟମିତତା ନୁହେଁ, ବରଂ ଗରିବଙ୍କ ଅଧିକାରକୁ ଛଡ଼ାଇ ନେବାର ଏକ ବଡ଼ ଦୁର୍ନୀତି l
ଚର୍ଚ୍ଚା ହେଉଛି ଯେ, ଏହି କାରବାରରେ କିଛି ଅଧିକାରୀଙ୍କ ସହ କେତେକ ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତତା ମଧ୍ୟ ଥାଇପାରେ l ଯଦି ଏହା ସତ୍ୟ, ତେବେ ଦୋଷୀ ଯେ କିଏ ହେଉନାହିଁ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର l
ଏବେ ପ୍ରଶ୍ନ ଉଠୁଛି—
ଗରିବଙ୍କ ଆବାସ କାହା ହାତକୁ ଗଲା?
କେଉଁ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଗଲା?
ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କେବେ ହେବ?
ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଅଭିଯୋଗର ତୁରନ୍ତ ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଅନ୍ତୁ l ଗରିବଙ୍କ ହକ୍ କେବେ ବି ଟଙ୍କାର ବଳରେ ବିକ୍ରି ହେବା ଉଚିତ୍ ନୁହେଁ l

Leave a Reply

Your email address will not be published. Required fields are marked *