ହରି-ରୁକ୍ମିଣୀ ଗୋଶାଳା ପରିସରରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ଚଣ୍ଡିଖୋଲ,୧୫/୭ (କ.ବ୍ୟୁ)(ପ୍ରଶାନ୍ତ କୁମାର ଜେନା) ବନ ମହୋତ୍ସବ  ପାଳନ ପରିପ୍ରେକ୍ଷୀରେ ତଥା ଓଡିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ସ୍ୱର୍ଗତ ପ୍ରତାପ କେଶରୀ ମିଶ୍ରଙ୍କ ସ୍ମୃତି ରକ୍ଷା ପାଇଁ ଯାଜପୁର ଜିଲ୍ଲାର ସୋଲର ସ୍ଥିତ ହରି-ରୁକ୍ମିଣୀ ଟ୍ରଷ୍ଟ ଗୋଶାଳା ପରିସରରେ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରୋଟାରୀ କ୍ଲବ ଜାରକା ର ସଭାପତି ସୁକାନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଅତିରିକ୍ତ ରୋଟାରୀ ଗଭର୍ଣ୍ଣର ବିପିନ କୁମାର ଷଡ଼ଙ୍ଗୀ,ଗିତାଞ୍ଜଳୀ ବେହୁରା,ରୋଟାରୀଆନ ପ୍ରଦୀପ୍ତ ବରାଳ,ଦୀପକ ଜେନା ,ଜୟଗୁରୁ ପାତ୍ର,ଜୟପ୍ରକାଶ ତ୍ରିପାଠୀଙ୍କ ସହ ବହୁ ସଦସ୍ୟ ଯୋଗଦେଇ ଗୋଶାଳା ପରିସରରେ ବିଭିନ୍ନ ପ୍ରକାର ଔଷଧୀୟ ଓ ଫୁଲ ଫଳ ଚାରା ରୋପଣ କରିଥିଲେ। 

Leave a Reply

Your email address will not be published. Required fields are marked *