ରଥଯାତ୍ରା


ଆଜି ରଥଯାତେ ପ୍ରଭୁ ଶ୍ରୀ ପୟରେ
ସଭିଙ୍କ ଗୁହାରି ମାତ୍ର,
ସର୍ବ ଦୁଃଖ କଷ୍ଟ ଦୂର କର ପ୍ରଭୁ
ଜଗନ୍ନାଥ… ଜଗନ୍ନାଥ !

ଚୋରୀ ଡକାୟତି ଅନ୍ଯାୟ ଦୁର୍ନୀତି
ହେଉ ପ୍ରଭୁ ବିନାଶନ,
ଶୁଭ ଘୋଷଯାତ୍ରା ଶୁଭଙ୍କରୀ ହେଉ
ହେ ପ୍ରଭୁ ଚକାନୟନ ।

ନନ୍ଦିଘୋଷ ସାଥେ ତାଳଧ୍ବଜ ଆଉ
ରଥ ଯେ’ ଦର୍ପଦଳନ,
ଗଡ଼ି ଗଡ଼ି ଚାଲେ ବଡ଼ ଦାଣ୍ଡ’ପରେ
ଲାଗେ ସତେ ପରିତ୍ରାଣ !

କୋଟି କୋଟି ଭକ୍ତ ମୁଖେ ଉଚ୍ଚାରିତ
ଜଗନ୍ନାଥ… ଜଗନ୍ନାଥ,
ଦୂର କର ପ୍ରଭୁ ବେଦନା ସ°କଟ
ସନ୍ତ୍ରାସବାଦୀ ଉତ୍ପାତ ।

ଶ୍ରୀଗୁଣ୍ଡିଚା ଯାତ ପ୍ରଭୁ ଜଗନ୍ନାଥ
ଜନ୍ମ-ବେଦୀ’କୁ ଗମନ,
ପବିତ୍ର ଲଗ୍ନରେ ଦର୍ଶନ ପ୍ରାର୍ଥନା
ଦୁଃଖ-ଶୋକ ବିମୋଚନ ।

ଭକ୍ତ ହେଉ ଅବା ନ ହେଉ ପ୍ରଭୁ ହେ
ସରବେ ତବ ସନ୍ତାନ,
ସଭିଙ୍କର ଦୁଃଖ କର ନିର୍ବାପିତ
ପ୍ରଭୁ ପତିତପାବନ ।

ସଭିଙ୍କୁ ଦେଖାଅ ସତ୍କର୍ମର ମାର୍ଗ
ଅହିଂସା ହୃଦେ ପୀୟୂଷ,
ତବ ରାମରାଜ୍ୟ ହେଉ ସୁଶୋଭନ
ଭଣେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *