ତିନୋଟି ଟ୍ରକ୍ ମାଲିକ ସଂଘର ମିଳିତ ବୈଠକ।

ଚଣ୍ଡିଖୋଲ ୧୪/୭(କ.ଵ୍ୟୁ)  (ପ୍ରଶାନ୍ତ କୁମାର ଜେନା) : ଆଜି ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସଂଘ ର ସଭାପତି ଶ୍ରୀ ଚନ୍ଦନ କୁମାର ନାୟକ ଙ୍କ ସଭାପତିତ୍ଵ ରେ ତିନୋଟି ସଂଘ ଯଥା ଯାଜପୁର ରୋଡ଼ ଟ୍ରକ୍ ମାଲିକ ସଂଘ, ବ୍ରାହ୍ମଣୀ ବ୍ରିଜ୍ ଟ୍ରକ୍ ମାଲିକ ସଂଘ ଓ  ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଯାଇଅଛି।ଏଥିରେ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ରାଉତ,ଉପ-ସଭାପତି ଶ୍ରୀ ତୀର୍ଥବାସୀ ନାୟକ,ସହ-ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଜେନା, କୋଷାଧ୍ୟକ୍ଷ ଶ୍ରୀ ସଞ୍ଜିବ୍ କୁମାର ଵଳ,ଓ ମୁଖପାତ୍ର ଶ୍ରୀ ମନୋରଞ୍ଜନ ନାୟକ ଙ୍କ ସହିତ ସମସ୍ତ ଉପଦେଷ୍ଟା ସର୍ଵଶ୍ରୀ ଲକ୍ଷ୍ମୀଧର ସାହାଣୀ, ପ୍ରମୋଦ କୁମାର ନାୟକ ନୃସିଂହ ନାରାୟଣ ଓତା ଓ ଦେଵ ରଜଂନ ସ୍ଵାଇଁ ଏବଂ ଯାଜପୁର ରୋଡ଼ ଟ୍ରକ୍ ମାଲିକ ସଂଘ ପକ୍ଷରୁ ସଭାପତି ଶ୍ରୀ ଅମୀୟ କୁମାର ବାରିକ୍ ତଥା ମୁଖ୍ୟ ଉପଦେଷ୍ଟା ଶ୍ରୀ ହୃଦାନନ୍ଦ ସାମଲ କୋଷାଧ୍ୟକ୍ଷ ଶ୍ରୀ ସ୍ମୃତି ରଂଜନ ଘଡାଇ ଅନ୍ୟ ସମସ୍ତ କର୍ମକର୍ତ୍ତା ଏବଂ ବ୍ରାହ୍ମଣୀ ବ୍ରିଜ୍ ଟ୍ରକ୍ ମାଲିକ ସଂଘ ସଭାପତି ଶ୍ରୀ ସଂଜୟ କୁମାର ସାମଲ, ସମ୍ପାଦକ ଶ୍ରୀ ରୁଦ୍ରନାରାୟଣ ମିଶ୍ର ଓ ସମସ୍ତ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଯୋଗ ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତି ରେ କ୍ରୋମାଇଟ୍ ସେକ୍ଟର ଉପୁଜୁଥିବା ସମସ୍ତ ସମସ୍ୟା ଉପରେ ଆଲୋଚନା ହୋଇଥିଲା।  ରେଟ୍ ହ୍ରାସ କରାଯାଇ ପେମେଣ୍ଟ କରାଯିବା ଓ ଚାଲାଣ ଡିପୋଜିଟ୍ କରା ଯିବା ପରେ ତିନି ଚାରି ମାସ ପରେ ମଧ୍ୟ ପେମେଣ୍ଟ ଆସୁ ନ ଥିବା ରୁ ଗାଡି ମାଲିକ ଭାଇ ମାନଙ୍କର ଆର୍ଥିକ ଅସୁବିଧା ର ସମ୍ମୁଖୀନ ହେଵା, ସହିତ ଅନ୍ୟାନ୍ୟ ଅନେକ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଶେଷରେ ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘର ସହ-ସମ୍ପାଦକ ପ୍ରଶାନ୍ତ କୁମାର ଜେନା ସମସ୍ତ କର୍ମକର୍ତ୍ତା ଓ ଵନ୍ଧୁ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। 

Leave a Reply

Your email address will not be published. Required fields are marked *