ମଦ ଦୋକାନ ଖୋଲିବାକୁ ବିରୋଧ , ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗ।

ଚଣ୍ଡିଖୋଲ,୧୪/୭ (କ.ଵ୍ୟୁ ) (ପ୍ରଶାନ୍ତ କୁମାର ଜେନା): ଵଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈରୀ ଥାନା ଅଧୀନ ପାରିଆ ପଞ୍ଚାୟତ ଅନ୍ତର୍ଗତ ଅମୀୟଝରି ଗ୍ରାମରେ ପୂର୍ବରୁ ଥିବା ବିଦେଶୀ ମଦ ଦୋକାନଟି ସ୍ଥାନନ୍ତରିତ ହୋଇ ନୂତନ ଏଥିପାଇଁ ଚିହ୍ନଟ ହୋଇଥିବା ସ୍ଥାନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ମଦ ଦୋକାନ ପାଇଁ ଯେଉଁ ସ୍ଥାନଟି ଟିହ୍ନଟ ହୋଇଛି ତାହା ଅମୟୀଝରି ୟୁପି ସ୍କୁଲ ଓ ବୈରୀ ହାଇସ୍କୁଲର ମଧ୍ୟସ୍ଥଳରେ ଅବସ୍ଥିତ। ଏହା ସ୍କୁଲର ୨ ଶହ ମିଟର ପରିଧି ମଧ୍ୟରେ ସେହି ସ୍ଥାନଟି ଅବସ୍ଥିତ। ସାଧାରଣଲୋକଙ୍କ ପାଇଁ ଥିବା ଶ୍ମଶାନ ଓ ପୋଖରୀ ସମ୍ମୁଖରେ ରହିଛି। ବୈରୀ ଓ ଅମୀୟଝରିର ମଧ୍ଯସ୍ଥଳୀ ଓ ତାରିଣୀ ମନ୍ଦିର, ଜୟଗୁରୁ ଆଶ୍ରମ ନିକଟ ହେଉଛି। ତେଣୁ କୋମଳମତି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସାଧାରଣ ଜନତା ଓ ଲୋକଙ୍କ ଧର୍ମ ଭାବନାକୁ ଦୃଷ୍ଟିରେ ରଖି ମଦ ଦୋକାନ ଏଠାରେ ଖୋଲିବା ପ୍ରକ୍ରିୟା ବନ୍ଦ କରନ୍ତୁ। ନହେଲେ ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ, ବୈରୀ ଥାନାଧିକାରି ଓ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *