ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ବିଶ୍ୱନାଥ ପଣ୍ଡିତ ପାଠାଗାର

କଟକ : ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ବିଶ୍ୱନାଥ ପଣ୍ଡିତ ପାଠାଗାର। ବାଦାମବାଡ଼ିର ପୁରୁଣା ଅନୁଗୁଳ ବସଷ୍ଟାଣ୍ଡରେ ନିର୍ମିତ ହୋଇଛି ଏହି ଲାଇବ୍ରେରୀ। ଏହି ଲାଇବ୍ରେରୀକୁ ଗୃହ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦଘାଟନ କରିଛନ୍ତି। 3 ଏକରରେ ନିର୍ମିତ ଏହି ଲାଇବ୍ରେରୀରେ ଅନେକ ସୁବିଧା ରହିଛି। ଏକସଙ୍ଗରେ 15 ଶହ ପିଲାମାନେ ଏଠି ପାଠ ପଢି ପାରିବେ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ତିନି ମହଲା କୋଠାରେ ବୈଦୁତିକ ପ୍ୟାନେଲ ରୁମ,ଯାନ ରଖିବା ସ୍ଥାନ ରହିଛି। ସେହିପରି ସ୍ନାପ ବକ୍ସ ଫୋଟ ବୁଥ,ପଢିବା କକ୍ଷ,ରେକର୍ଡ ରୁମ,ଅଡିଟରିୟମ ଆଦି ରହିଛି। ସେହିପରି ବିଶେଷ ଆକର୍ଷଣ ରହିଛି ଶିଶୁ ମାନଙ୍କ ପାଇଁ ପଢିବା ଏବଂ ଖେଳିବା କକ୍ଷ। ଛୋଟ ପିଲାମାନେ ମଧ୍ୟ ଏଠାରେ ଖେଳ ସାଙ୍ଗକୁ ପାଠ ମଧ୍ୟ ପଢ଼ିପାରିବେ। କଟକ ମହାନଗର ନିଗମ ପକ୍ଷରୁ କରାଯାଇଥିବା ଏହି ଅତ୍ୟାଧୁନିକ ଲାଇବ୍ରେରୀରେ ନଗର ଉନ୍ନୟନ୍ନ ବିଭାଗ ପକ୍ଷରୁ 42 କୋଟି ଟଙ୍କା ବ୍ୟୟରେ ହୋଇଛି ଏହି ଅତ୍ୟାଧୁନିକ ଲାଇବ୍ରେରୀ। ତେବେ ଏହି ଅତ୍ୟାଧୁନିକ ଲାଇବ୍ରେରୀ କରାଯାଇଥିବାରୁ ପାଠକ ପାଠିକା ବେଶ ଖୁସି ଜାହିର କରିଛନ୍ତି।

Leave a Reply

Your email address will not be published. Required fields are marked *