
କଟକ : କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି କଟକ ସହରବାସୀ ବହୁ ପ୍ରତୀକ୍ଷିତ ବିଶ୍ୱନାଥ ପଣ୍ଡିତ ପାଠାଗାର ର ଲୋକାର୍ପଣ କରାଯିବ । ଏହି ପାଠାଗାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି। ଆସନ୍ତାକାଲି ସକାଳ ୧୦ ଟା ବେଳେ ରାଜ୍ୟ ନଗର୍ ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ବିଶ୍ୱନାଥ ପଣ୍ଡିତ ପାଠାଗାର କୁ ଲୋକାର୍ପଣ କରିବେ। ଏହି ପାଠାଗାର ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଚି। ୩ ଏକର ଜମିରେ ଅବସ୍ଥିତ ୩ମହଲା କୋଠା ନିର୍ମାଣ କରାଯାଇଚି। ୮୪ ସିଟ୍ ର ଅଡିଟୋରିଅମ, ଅଡିଓ ଭିଡିଓ କନଫରେନ୍ସ ହଲ୍ ରହିଛି । ପାଠାଗାର ରେ ଭାରତ ର ବିଭିନ୍ନ ଭାଷାରେ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ୍ୱ ପୁସ୍ତକ ରହିଛି । ବୟସ୍କ ଓ ଶିଶୁ ପିଲାଙ୍କ ପାଇଁ ସୂତନ୍ତ୍ର ଜୋନ୍ ରହିଛି । ଏହା ବ୍ୟତୀତ ସିସି ଟିଭି କ୍ୟାମେରା ,ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ସୁବାସ ସିଂ ଆଜି ସାମ୍ବାଦିକ ସମ୍ମିଳନୀ ରେ ସାମ୍ବାଦିକ ମାନକୁ ସୂଚନା ଦେଇଛନ୍ତି ।