

ରାୟଗଡ : ରାୟଗଡ ସହର ପାଇକ ସାହିରେ ରହିଥିବା ବହୁପୁରାତନ ପ୍ରତକ୍ଷ ଠାକୁରାଣୀ ଶ୍ରୀ ଶ୍ରୀ ଶ୍ରୀ ମା ସମଲାଇଙ୍କ ଦାନ ହୁଣ୍ଡି ଶନିବାର ମନ୍ଦିର ପରିଚାଳନା ଟ୍ରଷ୍ଟି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଖୋଲାଯାଇ ଗଣତି ହୋଇଛି। ଭକ୍ତଙ୍କ ଦାନ ସ୍ୱରୂପ ମୋଟ ୧ଲକ୍ଷ ୮୪ ହଜାର ୯୬୫ ଟଙ୍କା ଆଦାୟ ହୋଇଛି। ତା ସହିତ ମାଙ୍କୁ ଭକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଛୋଟ ଆଖି ୪ ଟି ସହ ପ୍ରାୟ ୧ ହଜାର ଅଚଳ ନୋଟ୍ ରହିଛି। ମାଙ୍କ ଦାନ ଅର୍ଥ ଇଣ୍ଡିଆନ ବେଙ୍କରେ ଜମା ରଖା ଯାଇଛି।
ଏହି ଦାନ ହୁଣ୍ଡି ଗଣତି ସମୟରେ ପରିଚାଳନା ଟ୍ରଷ୍ଟି ସତ୍ୟ ଭାମା ସ୍ୱାଇଁ ,ଟ୍ରଷ୍ଟ ବୋର୍ଡ ସଦସ୍ୟ ଶ୍ରୀ
ଆପାନା ନାୟକ (କ୍ୟାସିଅର୍),ଶ୍ରୀ ବାଞ୍ଛାନିଧି ବିସୋଇ,ଶ୍ରୀ ଜୟଦେବ ପ୍ରଧାନ ,ଶ୍ରୀ ଲକ୍ଷ୍ମୀକାନ୍ତ ନାୟକ,ଶ୍ରୀ ରମେଶ କୁମାର ଜେନା,ଆଇନଜୀବୀ ଶ୍ରୀ ମେଘନାଦ ନାୟକ,ପୂଜା କମିଟି ସଦସ୍ୟ ଶ୍ରୀ କାଲିଦାସ ମାଣ୍ଡାଙ୍ଗି,ଶ୍ରୀ ଉମେଶ ଜେନା,ପାଇକ ସାହି ୟୁଥ୍ ଆସୋସିଏସନ୍ ସମସ୍ତ ସଦସ୍ୟଙ୍କ ସମେତ ସାହି ବାସିନ୍ଦା ଉପସ୍ଥିତ ରହିଥିଲେ।