
ଚଣ୍ଡିଖୋଲ, ୪/୭ : : ଚଳିତ ମାସ 16 ତାରିଖରେ ଛତିଆ ରଥ ଯାତ୍ରା ପାଇଁ ଆଜି ଛତିଆସ୍ଥିତ ପିଲିଗ୍ରିମ ସେଡ୍ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଦର୍ପଣ ତହସିଲଦାର ଶ୍ରୀ ମାନସ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l 16 ନମ୍ବର ଜାତୀୟ ରାଜ ପଥରେ 13 କିଲୋମିଟର ପଥ ରଥ ଗଡିବ, ତେଣୁ ଏହାକୁ ନେଇ ଆଇନଶୃଙ୍ଖଳା ଦାୟୀତ୍ବ ଵଡଚଣା ଓ ଵୈରୀ ଦୁଇ ଥାନାଧିକାରୀଙ୍କୁ ଦିଆଯାଇଛି l ଚଳିତ ବର୍ଷ ଏହି ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାରେ ହେବ ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜର ମତ ରଖିଥିଲେ l ଏହି ପ୍ରସୂତି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଆର ଡବ୍ୟୁ ଏସ ଏସ, ସ୍ୱାସ୍ଥ୍ୟ, ବିଦ୍ୟୁତ, ଜଳସେଚନ ବିଭାଗ ପ୍ରମୁଖ ଅଧିକାରି ମାନେ ଯୋଗଦେଇଥିଲେ l ରଥ ପ୍ରତିଷ୍ଠାତା ଶ୍ରୀ ଉପେନ୍ଦ୍ର ଓଝା ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ରଥ କମିଟିର ସଭାପତି ନିର୍ମଳ ସାମଲ, ଛତିଆ ସରପଞ୍ଚ ରମେଶ ପୃଷ୍ଟି, ବଡଘୁମୁରି ସରପଞ୍ଚ ଅକ୍ଷୟ ରାଉତରାୟ, ଛତିଆ ସମିତି ସଭ୍ୟ ଦିପକ୍ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ବଡ଼ଚଣା ଥାନାଧିକାରୀ ଜଗଦିଶ କର, ବୈରୀ ଥାନାଧିକାରୀ ଅଂଶୁମାଳା ଦାସ, ସୁପରଭାଇଜର ପଦ୍ମନାଭ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ l ଶେଷରେ ଦିପକ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l