ଚଳିତ ଶିକ୍ଷା ବର୍ଷ ପାଇଁ ସିଲେଇ ଶିକ୍ଷା ଶିବିର ଉଦଘାଟିତ। 

ଚଣ୍ଡିଖୋଲ ୧/୭ : ଗ୍ରାମାଞ୍ଚଳରେ ଥିବା ବେକାର ମହିଳା ଓ ଯୁବତୀ ମାନଙ୍କୁ ଆତ୍ମ ନିଯୁକ୍ତି ଶିକ୍ଷା ପ୍ରଦାନ କରି ଆର୍ଥିକ ସ୍ୱାବଲମ୍ବୀ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ପରିବାର ପ୍ରତିପୋଷଣ ଦିଗରେ ବିଶେଷ ଅବଦାନ ରଖିଥିବା ଚଣ୍ଡିଖୋଲ ସ୍ଥିତ ଗ୍ରାମ୍ୟ ପୁନର୍ଗଠନ ସଂସ୍ଥା (ଭି ଆର୍ ଓ) କାର୍ଯ୍ୟାଳୟ ପରିସରରେ ଆଜି ଏକ ସିଲେଇ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। କେନ୍ଦ୍ର ସହ-ପରିଚାଳକ ଅଶୋକ କୁମାର ସେଠୀ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ କୁମାର ଜେନା, ମୁଖ୍ୟବକ୍ତା ସାମ୍ବାଦିକ ପ୍ରସନ୍ନ କୁମାର ବିଶ୍ବାଳ ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସେକ୍ ସବିରୁଦ୍ଦିଁନ୍ ଯୋଗଦେଇ ଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ୨୦ଜଣ ମହିଳା, ଯୁବତୀ ୯ମାସ ପର୍ଯ୍ୟନ୍ତ ସିଲେଇ ଶିକ୍ଷା ନେବେ। ପରେ ଶିବିରାର୍ଥି ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ। ଶିକ୍ଷାର୍ଥୀ ମାନେ ଚାହିଁଲେ ବିଭିନ୍ନ ବ୍ୟାଙ୍କ୍ ରୁ ଲୋନ୍ ନେଇ ନିଜସ୍ୱ ବ୍ୟବସାୟ କରିପାରିବେ କିମ୍ବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ନିଯୁକ୍ତି ପାଇପାରିବେ। ଗ୍ରାମ୍ୟ ପୁନର୍ଗଠନ ସଂସ୍ଥା ଦ୍ବାରା ବଡଚଣା ଓ ଧର୍ମଶାଳା ବ୍ଲକ୍ ର ୧୬ଟି ଗ୍ରାମରେ ୮ଟି ସିଲେଇ ଶିକ୍ଷା କେନ୍ଦ୍ର ଓ ୮ଟି ଟିୟୁସନ୍ କେନ୍ଦ୍ର ରହିଛି,ଯେଉଁଥିରେ କି ୧ମ ରୁ ୮ମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ଶିକ୍ଷା ଲାଭ କରୁଛନ୍ତି। ଏହି ପ୍ରଶିକ୍ଷଣ ଶିବିର କୁ ପ୍ରଶିକ୍ଷିକା ଭାବେ ଭାରତୀ ପଲେଇ ଶିବିରାର୍ଥି ମାନଙ୍କୁ ଦୀର୍ଘ ବର୍ଷ ଧରି ସିଲେଇ ଶିକ୍ଷା ଦେଉଛନ୍ତି । 

Leave a Reply

Your email address will not be published. Required fields are marked *