ଚଣ୍ଡିଖୋଲ କଲେଜ ର ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ଵ ଗ୍ରହଣ।

ଚଣ୍ଡିଖୋଲ ୧/୭ : ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବେ ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଡ଼ଃ ସଞ୍ଜୟ କୁମାର ରାୟ ଦାୟୀତ୍ବ ଗ୍ରହଣ କରିଛନ୍ତି।ଅଧ୍ୟାପକ ଅଧ୍ୟାପିକା,କର୍ମଚାରୀ ଛାତ୍ର ଛାତ୍ରୀ,ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରି ମହାବିଦ୍ୟାଳୟ ରେ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ମୋର ପ୍ରାଥମିକତା ହେବ ବୋଲି କହିଥିଲେ। ଆଜି କାର୍ଯ୍ୟଭାର ଗ୍ରହଣ କରିବା ପରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା,କର୍ମଚାରୀ ଛାତ୍ର ଛାତ୍ରୀ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଧନା ପ୍ରଦାନ କରିଥିଲେ। ପୁର୍ବରୁ ଅଧ୍ୟକ୍ଷ ଥିବା ପ୍ରଫେସର ପ୍ରସନ୍ନ କୁମାର ମହାପାତ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *