ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠ ରେ ବିଦ୍ୟୁତ ସଚେତନତା କର୍ମଶାଳା

କଟକ : କଟକ ମହାନଗର ଅନ୍ତର୍ଗତ ନୂଆବଜ଼ାର ସ୍ଥିତ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠ ରେ ବିଦ୍ୟୁତ ନିରାପତା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନଶିକ୍ଷକ ଶ୍ରୀମତୀ ବାସନ୍ତୀ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ^ସଭାରେ କଟକ ଜିଲ୍ଲା ବିଦ୍ୟୁତ୍‌ ବିଭାଗ
ର ଅଧିକ୍ଷଣ ଯନ୍ତ୍ରୀ ଇଂଜିନିୟର ସ୍ଵାଗତ ମହାନ୍ତି ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ବିଦ୍ୟୁତ ସୁରକ୍ଷା ଉପରେ ସବିଶେଷ ତଥ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟୁତ୍‌ ସୁରକ୍ଷା ସମ୍ପର୍କିତ ବକ୍ତୃତା,ଚିତ୍ରାଙ୍କନ ଓ କୁଇଜ୍‌ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗଙ୍ଗାଧର ସାହୁ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ରାଜ୍ୟ ପରିବେଶ ଅଧୟନ କେନ୍ଦ୍ର ଓଡ଼ିଶାଙ୍କ ଦ୍ୱାରା ପ୍ରଦତ୍ତ ଭିଡ଼ିଓ ସ୍କାର୍ଟ ବୋର୍ଡ ସାହାଯ୍ୟରେ ପ୍ରଦର୍ଶନ କରା ଯାଇଥିଲା । ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ୍‌ ମାଧ୍ଯମରେ ସ୍ଥାନୀୟ ନେହେରୁ କଲୋନୀ, ଗାନ୍ଧି ପଲ୍ଲୀ,ପୋତା ପୋଖରୀ ଓ ନୂଆବଜାର ଅଞ୍ଚଳରେ ଜନ ସାଧାରଣଙ୍କୁ ବିଦ୍ୟୁତ ସୁରକ୍ଷା ଉପରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ଦିଲିପ କୁମାର ରାଉତ,କଳ୍ପନା ମୟୀ ପୃଷ୍ଟି, ସୁଜାତା ଦାସ, ସୁରାଇ ସୋରେନ, ନିତିଶ୍ କୁମାର ଜେନା, ନିରୁପମା ମହାପାତ୍ର, ରଞ୍ଜିତ ସେଠୀ, ବଦ୍ରିନାରାୟଣ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନେ ବିଦ୍ୟୁତ ସୁରକ୍ଷା ଶପଥ ପାଠ କରିଥିଲେ ।ଶକ୍ତି କ୍ଳବ ଶିକ୍ଷକ ବିରେନ୍ଦ୍ର କୁମାର ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *