ଓଡ଼ିଶା ଜନତା କଂଗ୍ରେସ ର ସାଧାରଣ ସଂପାଦକ ସଂଜୟ ରାୟଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ। 

ଚଣ୍ଡିଖୋଲ,୨୭/୬(କ ବ୍ୟୁ) ଗତକାଲି ଓଡ଼ିଶା ଜନତା କଂଗ୍ରେସ ଦଳ ପ୍ରତିଷ୍ଠାତା ସଭାପତି ମହମ୍ମଦ ମୋକିମ ଦଳକୁ ଅଧିକ ସଂଗଠିତ ଓ ତୃଣମୂଳ ସ୍ତରରୁ ମଜବୁତ୍ କରିବା ପାଇଁ ବିଭିନ୍ନ କର୍ମକର୍ତା ନାମ ଘୋଷଣା କରିଛନ୍ତି। ଏହି ଅବସରରେ ଯାଜପୁର ଜିଲ୍ଲାର ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ଥିବା, ଦୃଢ ସଙ୍ଗଠକ ସଂଜୟ କୁମାର ରାୟ ଙ୍କୁ ଦଳର ସାଧାରଣ ସଂପାଦକ ଭାବେ ମନୋନୀତ କରିଛନ୍ତି। ଜଣେ ଯୁବ ସଙ୍ଗଠକ ଭାବେ ଶ୍ରୀ ରାୟ ନିଜର ଦୃଢ ରାଜନୈତିକ ଦକ୍ଷତା ଯୋଗୁ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ। ନବ ଗଠିତ ଓଡ଼ିଶା ଜନତା କଂଗ୍ରେସ ଦଳ ର ସାଧାରଣ ସଂପାଦକ ଭାବେ ଦଳର ସଭାପତି ତାଙ୍କ ଉପରେ  ଆସ୍ଥା ପ୍ରକଟ କରି ସାଧାରଣ ସଂପାଦକ ପରି ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ବ ଦେଇଛନ୍ତି। ଗତକାଲି ଏହା ଘୋଷଣା ହେବାପରେ ଶ୍ରୀ ରାୟ ଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ର ସୁଅ ଛୁଟୁଛି । ଜିଲ୍ଲା ସଂଯୋଜକ ବିଦ୍ୟାଧର ମହାନ୍ତି, ରାଜ୍ୟ ଉପ ସଭାପତି ରଞ୍ଜିତା ମହାନ୍ତି, ନିକୁଞ୍ଜ ପଶାୟତ, ରାଜ୍ୟ ସମ୍ପାଦକ ଦିଲ୍ଲୀପ ରାଉତ, ପ୍ରଦୀପ ଧଳ, ଅଶୋକ ଶାନ୍ତି, ସୁଜିତ୍ ସ୍ବାଇଁ, ଶୁଭେନ୍ଦୁ ମଲ୍ଲିକ, ମନୋରଞ୍ଜନ ନାୟକ, ସୁଧିର ସ୍ବାଇଁ ସଂଗ୍ରାମ ରାୟ, ପ୍ରଦୀପ ପ୍ରଧାନ ପ୍ରମୁଖ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ଶ୍ରୀ ରାୟ ଙ୍କ ନେତୃତ୍ବରେ ଓଡ଼ିଶା ଜନତା କଂଗ୍ରେସ ଦଳ ତୃଣମୂଳ ସ୍ତରରୁ ମଜବୁତ ହୋଇ ଓଡ଼ିଶାର ସ୍ଵର ହେବା ସହିତ ଏକ ଦୃଢ଼ ବିରୋଧି ଦଳର ଭୂମିକା ଗ୍ରହଣ କରିବ। ଦଳର ସଭାପତି ମହମ୍ମଦ ମୋକିମ ମୋ ଉପରେ ଆସ୍ଥା ପ୍ରକଟ କରି ଛନ୍ତି ତାହାକୁ ସେ ଦୃଢତାର ସହିତ ନିର୍ବାହ କରି ଓଡ଼ିଶାବାସୀ ଙ୍କ ଆଶା ଓ ଭରସା କୁ ପୂରଣ କରିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *