ସିପିଆଇଏମ ପକ୍ଷରୁ ପୋଲିସ ଡିଜି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

କଟକ : ରାଜ୍ୟରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଅପରାଧ ରୋକିବାରେ ସରକାର ଙ୍କ ବିଫଳତାକୁ ଦାୟୀ କରି ସିପିଆଇଏମ ପକ୍ଷରୁ ପୋଲିସ ଡିଜି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ଦଳ । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ଦେଇଛି ଦଳ। ରାଜ୍ୟର ସବୁ ପୋଲିସ ଥାନାରେ ସାଧାରଣ ଲୋକେ ନ୍ୟାୟ ପାଉ ନାହାନ୍ତି । ଯାହା ଫଳରେ ଶାସନ ବ୍ୟବସ୍ଥା ପୁରା ଢିଲା ହୋଇଯାଇଛି । ବିଶେଷକରି ରାଜ୍ୟରେ ଘଟୁଥିବା ଭିଡ଼ିହିଂସା ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛି ପୋଲିସ ବିଭାଗ । ଗୋ ରକ୍ଷକ ମାନଙ୍କ ଦ୍ୱାରା ନିରୀହ ଲୋକଙ୍କ ଉପରେ ଆକ୍ରମଣ ଘଟଣା ବାରମ୍ବାର ରାଜ୍ୟରେ ବୃଦ୍ଧି ପାଇଚାଲିଛି । ରାୟଗଡା ରେ ଏନଜିଓ ରେ କାର୍ଯ୍ୟ କରୁଥିବା ମହିଳା ଏବଂ ପୁରୁଷ ବନ୍ଧୁ ଙ୍କ ପ୍ରତି ଘଟିଯାଇଥିବା ଡିଡ଼ ହିଂସା, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା , ଗଞ୍ଜାମ ଜିଲ୍ଲାର ଥାନା ଥାର୍ଡ଼ ଡିଗ୍ରୀ ଭଳି ଘଟଣା । ସେହିପରି ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା, କେନ୍ଦ୍ରାପଡ଼ା ମହିଳା ସରପଞ୍ଚ ଚେମେଲୀ ଓଝା, ପର୍ଯ୍ୟନ୍ତ ଅନେକ ଘଟଣା ଘଟିଚାଲିଛି । ତେଣୁ ସରକାର ଅପରାଧ ନିୟନ୍ତ୍ରଣ ରୋକିବା ସହ ଥାନା ଗୁଡିକରେ ବ୍ୟାପକ ବ୍ୟବସ୍ଥା କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଦଳ । ଏନେଇ ଏକ ପ୍ରତିନିଧି ରାଜ୍ୟ ଆଇନଶୃଙ୍ଖଳା ଏଡିଜି ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ଯଦି ପୋଲିସ ଏଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ନକରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ସିପିଆଇଏମ ନେତା ।

Leave a Reply

Your email address will not be published. Required fields are marked *