ନୟାଗଡ : ନୟାଗଡ ଜ଼ିଲ୍ଲା ରେ ବିଗିଡିବାରେ ଲାଗିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା। ୨ ଦିନ ଧରି ୧0 ଦଫା ଦାବିରଖି ଡାକ୍ତର ମାନେ ନିରବ ପ୍ରତିବାଦ କରୁଛନ୍ତି। ଆୟୁଷ ଡାକ୍ତର ମାନେ ଜ଼ିଲ୍ଲା ରେ ଚଳାଇଛନ୍ତି ସ୍ୱାସ୍ଥ୍ୟ ସେବା। ନୟାଗଡ ଜ଼ିଲ୍ଲାମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ଘଣ୍ଟା ଘଣ୍ଟା ଲାଇନ ରେ ଠିଆହେଉଛନ୍ତି। OPD ଠିକ ରେ ଚାଲୁନାହିଁ। କୌଣସି ବିଭାଗ ର ରାଉଣ୍ଡ ହେଉନାହିଁ। ରୋଗୀମାନେ ଠିକ ରେ ସ୍ୱାସ୍ଥ୍ୟ ସେବା ପାଉନାଁହାନ୍ତି। ନୟାଗଡ ମୁଖ୍ୟ ଚିକିତ୍ସାଧିକାରୀ ଅନୁରୋଧ କରୁଛନ୍ତି କାର୍ଯ୍ୟ ରେ ଯୋଗ ଦେବାପାଇଁ। ଡାକ୍ତର ମାନଙ୍କୁ ଶୀଘ୍ର କାର୍ଯ୍ୟ ରେ ଯୋଗ ଦେବାପାଇଁ OMS ର ରାଜ୍ୟ ସଙ୍ଘ କୁ ଅନୁରୋଧ କରିଛନ୍ତି। ସରକାର ଯଦି ଶୀଘ୍ର ଦାବି ନାଶୁଣନ୍ତି ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ