ଦୈନିକ ଓଡ଼ିଆ ଖବରକାଗଜ ତ୍ରିଶା ଖବର” ଲୋକାର୍ପଣ । 

ଚଣ୍ଡିଖୋଲ, ୨/୭(କ ପ୍ର) ଆଜି ଛତିଆ ଅମରାବତୀ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଦୈନିକ ଓଡ଼ିଆ ଖବରକାଗଜ “ତ୍ରୀଶା ଖବର”ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନିଲ କୁମାର ଦାସ ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ଶିକ୍ଷକ ନେତା ତଥ ବିଶିଷ୍ଟ ସମାଜସେବୀ  ପ୍ରାଧ୍ୟାପକ ପବିତ୍ର  ମାହାଲା ନ୍ୟାୟପାଳିକା, କାର୍ଯ୍ୟପାଳିକା ବ୍ୟବସ୍ତାପିକା ମଧ୍ୟରେ ସମନ୍ଵୟ ରକ୍ଷା କରି ସମ୍ବାଦ ପତ୍ର ତାର ମୌଳିକତା ବଜାୟ ରଖିବା ସହିତ ସତ୍ୟନିଷ୍ଠ, ନିର୍ଭୀକ, ନିରପେକ୍ଷ ସମ୍ବାଦ ପରିବେଷଣ କରି, ସମ୍ବାଦ ପତ୍ର ତ୍ରିଶା ଖବର ପାଠକ ମାନଙ୍କ ଆଦୃତି ଲାଭ କରିବା ବୋଲି ଆଶାମ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସଂପାଦକ ତଥା ପ୍ରେସ କ୍ଲବ ଚଣ୍ଡିଖୋଲ ର ସଭାପତି ବେଣୁଧର ପଣ୍ଡା ସମ୍ବାଦ ପରିବେଷଣ ରେ ଛୋଟ ବଡ ଖବର କାଗଜ ବିଭିନ୍ନତା କିଛି ନ ଥାଏ। ଛୋଟ ସମ୍ବାଦ ପତ୍ର ରେ ବାହାରୁଥିବା ସମ୍ବାଦ ମଧ୍ୟ ପାର୍ଲିଆମେଣ୍ଟ ଓ ରାଜ୍ୟ ବିଧାନସଭାର ଆଲୋଚ୍ୟ ବିଷୟ ହୋଇଥାଏବୋଲି କହିବା ସହିତମ ବର୍ତ୍ତମାନ ସମ୍ବାଦପତ୍ର ଗୁଡ଼ିକମ ସାମାଜିକ ବିଦ୍ଧି ବ୍ୟବସ୍ଥା ମଧ୍ୟରେ ସାମ୍ବାଦିକ ମାନଙ୍କ ପ୍ରତି ଆହ୍ବାନ ସୃଷ୍ଟି ହୋଇଛି। ପ୍ରତି ମୁହୂର୍ତ୍ତରେ ସାମ୍ବାଦିକ ମାନେ ବଦଳୁଥିବା ସାମାଜିକ ଗଣମାଧ୍ୟମ ର ପ୍ରଭାବ କୁ ଆଖି ଆଗରେ ରଖି ସମ୍ବାଦ ପରିବେଷଣ କରିବାକୁ ପଡୁଛି ବୋଲି କହିବା ସହିତ ନୂତନ ଭାବେ ପ୍ରକାଶ ପାଉଥିବା ଖବର କାଗଜ ରମ ସଂପାଦକଙ୍କ ଦୁଃସାହସକୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଦ୍ଧଗିରୀ ଆଶ୍ରମର ମଠାଧିଶ ବ୍ରହ୍ମଚାରୀ ବିଶ୍ଵନାଥ ଦାସ। ଗଣତନ୍ତ୍ର ର ସଫଳ ରୂପାୟନ ରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋଚନା କରିଥିଲେ।, ଛତିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି  ନିଜର ବକ୍ତବ୍ୟ ରଖି ଥିଲେ।ଉପଦେଷ୍ଟା ପ୍ରକାଶ ବେହେରା, ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଟ ସାମ୍ବାଦିକ ଶିବରାମ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମ୍ବାଦ ପତ୍ର ତ୍ରିଶା ଖବରର ସମ୍ପାଦକ ବେଦପ୍ରକାଶ ନାୟକ ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ସମସ୍ତଙ୍କର ସାହଯ୍ୟ ସହଯୋଗ କାମନା କରିଥିଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଧାନ ମଣ୍ଡଳ ସ୍ଥିତ ଉଦୀୟମାନ କଳା ପରିଷଦର ନୃତ୍ୟ ଶିଳ୍ପୀ ମାନେ ସ୍ୱାଗତ ସଙ୍ଗୀତ, ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *