“ଉଦଳା ତାଲୁକ ଆଇନ ସ‌ହାୟତା କମିଟିର ମୌଳିକ କର୍ତ୍ତଵ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ”

ବାରିପଦା /ଉଦଳା(କ: ବ୍ଯୁ)ତା ୨୬/୦୬/୨୦୨୬ ଉଦଳା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଆଜି ଉଦଳା ସନ୍ଧାନ ଗୃହ ପରିସରରେ ଲୋକ ଅଦାଲତ ଜରିଆରେ “ମୌଳିକ କର୍ତ୍ତଵ୍ୟ ବା ଫଣ୍ଡାମେଣ୍ଟାଲ ଡିୟୁଟିଜ” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ରେ ଉଦଳା ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସହାୟତା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ବିଚାର ବିଭାଗୀୟ ବ୍ୟବସ୍ଥାରେ ଆଇନ ସହାୟତା କମିଟିର ବିଭିନ୍ନ ନିୟମ ଅବଗତ ପୁର୍ବକ ନାଗରିକଙ୍କ ମୌଳିକ କର୍ତ୍ତଵ୍ୟ ଓ ସାମ୍ବିଧାନିକ ବ୍ୟବସ୍ଥା ଓ ଆଇନ ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତଯୁବ ବର୍ଗଙ୍କୁ ଆଲୋଚନା ମାଧ୍ୟମରେ ସଚେତନ କରାଯାଇଥିଲା। ଅନ୍ୟମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉଦଳା ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡା, ଉପଖଣ୍ଡ ଓକିଲ ସଂଘ ସଭାପତି ପଦ୍ମଲୋଚନ ଦାଶ, ସମ୍ପାଦକ ରଜତ କୁମାର ମହାପାତ୍ର, ଆଇନଜୀବୀ ମକରନ୍ଦ ପଲେଇ, ନିରାକାର ମହାପତ୍ର, ଲିଗାଲ ରିଟେନର କମଳା କାନ୍ତ ମହାନ୍ତି ମୌଳିକ କର୍ତ୍ତଵ୍ୟ ନେଇ ବିସ୍ତୃତ ଆଇନଗତ ଦିଗ ନେଇ ଆଲୋଚନା ଓ ସହାୟତା ପାଇଁ ବୁଝାଇଥିଲେ। ଆଇନଜୀବୀ ହରିପ୍ରିୟା ହଁସଦା ମଧ୍ୟ ବକ୍ତବ୍ୟ ରଖିଥିଲେ | ତାଲୁକ ଆଇନ ସହାୟତା କମିଟିର ସଦସ୍ୟ ସନତ କୁମାର ସେଠୀ ଆୟୋଜନରେ ସହାୟତା କରିଥିବା ବେଳେ କୋର୍ଟ ର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *