ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୪୨ତମ ଶ୍ରାଦ୍ଧ ଦିବସ ପାଳିତ।

ଚଣ୍ଡିଖୋଲ,୨୪/୬ : ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୪୨ତମ ପୁଣ୍ୟ ଶ୍ରାଦ୍ଧୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଡଚଣା ବ୍ଲକ୍ ଅନ୍ତର୍ଗତ ଅରଖପୁର ସ୍ଥିତ ଶ୍ୟାମସୁନ୍ଦର ଜୀଉ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜନତା କଂଗ୍ରେସ ଦଳ ପକ୍ଷରୁ ପାଳିତ ହୋଇଯାଇଛି। ସୁରେଶ ଚନ୍ଦ୍ର ସାହାଣୀ ଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ସଭାପତି ମହମ୍ମଦ ମୋକିମ୍ ଯୋଗଦେଇ ଓଡ଼ିଶା ରାଜନୈତିକ ଏବଂ ସାମାଜିକ ଜୀବନରେ ଯେଉଁ କେତେଜଣ ମହାନ୍ ଜନନାୟକ ପ୍ରାତଃ ସ୍ମାରଣୀୟ , ନିଜର ନୀତି ଆଦର୍ଶ, ସ୍ପଷ୍ଟବାଦିତା, ତ୍ୟାଗ, ସରଳ ଜୀବନଯାପନ ପାଇଁ ଓଡ଼ିଶା ବାସୀଙ୍କ ପ୍ରିୟପାତ୍ର ଥିଲେ ,ସେମାନଙ୍କ ମଧ୍ୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଥିଲେ ଅନ୍ୟତମ। ତାଙ୍କ ମୁଖ୍ୟ ମନ୍ତ୍ରିତ୍ଵ ସମୟରେ ଜମିଦାରୀ ପ୍ରଥାର ଉଚ୍ଛେଦ, ଗଣତନ୍ତ୍ରର ବିକେନ୍ଦ୍ରୀ କରଣ, ଓଡ଼ିଆ ଭାଷା ଆଇନ୍ ପ୍ରଣୟନ, ଭୂଦାନ ଆନ୍ଦୋଳନ ର ପ୍ରବକ୍ତା ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ କୃତଜ୍ଞ ଓଡ଼ିଶା ବାସୀ ସବୁଦିନେ ମନେ ରଖିବେ।ଆଜିର ଯୁବକ ଯୁବତୀ ଜୀବନରେ ସଂଘର୍ଷ ନ କରି ରାତାରାତି ସଫଳତା ହାସଲ ପାଇଁ ଉଦ୍ୟମ କରୁଛନ୍ତି। ରାଜନୀତି ଅନଭିଗ୍ୟତା ଯୋଗୁ ଜନସାଧାରଣ ଓ ଜନପ୍ରତିନିଧି ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛି। ଆଗାମୀ ଦିନରେ  ଓଡ଼ିଶାରେ  ହେଉଥିବା ଅନ୍ୟାୟ ,ଅନୀତି ଦୁର୍ନୀତି ,ଅତ୍ୟାଚାର ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ରାଉତ ସ୍ୱାଗତ  ଭାଷଣ ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ବିଦ୍ୟାଧର ମହାନ୍ତି,ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତ, ସଂଜୟ ରାୟ, ପ୍ରଦୀପ ଧଳ, ଅଶୋକ ଶାନ୍ତି, ସୁଜିତ୍ ସ୍ବାଇଁ, ଶୁଭେନ୍ଦୁ ମଲ୍ଲିକ, ମନୋରଞ୍ଜନ ନାୟକ, ନିକୁଞ୍ଜ ପଶାୟତ, ସୁଧିର ସ୍ବାଇଁ, ପ୍ରଦୀପ ପ୍ରଧାନ, ସଂଗ୍ରାମ ରାୟ, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମେ ଅନୁଷ୍ଟିତ ହୋଇଥିଲା। ଶେଷରେ ସଞ୍ଜୟ କୁମାର ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। 

Leave a Reply

Your email address will not be published. Required fields are marked *