


କଟକ : କଟକ ମହାନଗର ନିଗମର ପକ୍ଷରୁ ବୁଧବାର ଦିନ ଅପହ୍ନାରେ ନିଗମର କାର୍ଯ୍ୟଳୟ ଠାରେ ବିଜୁ ଭବନ ଠାରେ ପ୍ରସିଦ୍ଧ କଟକ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମେୟର ସୁବାସ ସିଂହ ଅଧ୍ୟକ୍ଷତା କରିଥିଲେ। ବୈଠକରେ କଟକ ମହାନଗର ଶାନ୍ତି କମିଟିର ସଦସ୍ୟମାନେ ଓ ବିଭିନ୍ନ ସାହିର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମ କର୍ତ୍ତା ଓ ସାହି ମୁରବୀ ଏବଂ ସାହି ପୂଜା କମିଟିର କର୍ମ କର୍ତ୍ତା ମାନେ ଯୋଗ ଦେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସଂପୂର୍ଣ୍ଣ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ରଥ ଯାତ୍ରା ସମୟରେ ଜଳ ବିତରଣ ବ୍ୟବସ୍ଥା ବିଦ୍ୟୁତ ଏବଂ ନିୟମିତ ସଫେଇ କାର୍ଯ୍ୟ ଉପରେ ବୈଠକ ରେ ଗୁରୁତ୍ବ ଦିଆଯାଉଥିଲା।
ରଥ ଯାତ୍ରା ସମୟରେ ଯଥେଷ୍ଟ ପରିମାଣରେ ଓ ଆର୍ ଏସ ପାଣି ଯୋଗାଇ ଦେବାପାଇଁ ନିବେଦନଙ୍କରଜାଇଛି।ରଥ ଯାତ୍ରା ପୂର୍ବରୁ ରାସ୍ତା ଘାଟର ମରାମତି ଉପରେ ଆଲୋଚନା କରାଯାଇଥିଲା।ସେହି ଭଳି ରଥଟଣା ରାସ୍ତା ଗୁଡିକରେ ବିଦ୍ୟୁତ୍ ଖୁଣ୍ଟି ଯେପରି କୈାଣସି ସମସ୍ୟା ନ ଉପୁଜେ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ କଟକ ସହରର ରଥ ଯାତ୍ରା ସମୟରେ ପରିମଳ ବ୍ୟବସ୍ଥାକୁ ତ୍ଵରାନିତ କରିବାପାଇଁ ନିଷ୍ପତି ନିଆଯାଇଥିଲା।ରଥ ଯାତ୍ରା ସମୟରେ ଯେପରି ବିଦ୍ୟୁତ୍ କାଟ ନ ହେବ ସେଥିପାଇଁ ବିଦ୍ୟୁତ୍ ବିଭାଗ ସମସ୍ତ ପଦକ୍ଷେପ ନବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଯତ୍ରା ସମୟରେ ବିଦ୍ୟୁତ ରେ କୌଣସି ଅଘଟଣ ନ ଘଟେ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ,ସି ଏମ ସି ଏବଂ ଟାଟା ପାୱାର କୁ ଅନୁରୋଧ କରାଯାଇଛି। ଏହି ବୈଠକରେ ସାହି କମିଟିର କର୍ମ କର୍ତ୍ତା ଏବଂ ଶ୍ରୀଜଗନ୍ନାଥ ମନ୍ଦିରର କର୍ମ କର୍ତ୍ତା ମାନେ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ। ରଥଯାତ୍ରା ପୂର୍ବରୁ ସହରର ସମସ୍ତ ରାସ୍ତା ଘାଟ ମାରତି, ଏବଂ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅନୁରୋଧ କରାଯାଇଛି। ମୋଟାମୋଟି ଭାବରେ ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ଶାନ୍ତି ଶୃଙ୍ଖଳାର ସହିତ ସଂପୂର୍ଣ୍ଣ କରିବାପାଇଁ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ,ସମ୍ପାଦକ ଭିକାରୀ ଦାସ, ଦୋଳମୁଣ୍ଡାଇ ପତିତପାବନ ଜଗନ୍ନାଥ ମନ୍ଦିର, ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର, ରାଣୀହାଟ ଜଗନ୍ନାଥ ମନ୍ଦିର, ମହାନଦୀ ବିହାର ଜଗନ୍ନାଥ ମନ୍ଦିର ଏବଂ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମ କର୍ତ୍ତା ମାନେ ବୈଠକରେ ଯୋଗଦେଇଥିଲେ। ଏହା ବୈଠକରେ ସିଏମସି କମିଶନର କିରଣ ଦିପ କୈାର, ଡେପୁଟି ମେୟର ଦମୟନ୍ତୀ ମାଝୀ ଏବଂ ବିଭିନ୍ନ ଓ୍ବାର୍ଡ କର୍ପୋରେଟର ମାନେ ଉପସ୍ଥିତ ଥିଲେ। ବିଶେଷ କରି ଆଜିର ବୈଠକରେ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ପୋଲିସ କମିଶନରଙ୍କୁ ଏବଂ ପୋଲିସ ବିଭାଗ ର ଟ୍ରାଫିକ ଡିସିପି ଙ୍କୁ ଭିଡ ନିୟନ୍ତ୍ରଣ ଲାଗି ଅନୁରୋଧ କରାଯାଇଛି।ରଥ ଯାତ୍ରା ସମୟରେ ପ୍ରାୟ ଲକ୍ଷାଧିକ ଭକ୍ତମାନେ ସମାଗମ ହୋଇଥାଏ। ତେଣୁ ଟ୍ରାଫିକ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ।ରଥ ଗଡିଲା ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଯେପରି କୈାଣସି ପ୍ରତିବନ୍ଧକ ସୃଷ୍ଟି ନ ହୁଏ ସେଥି ପାଇଁ ବୈଠକରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଏବଂ ବିଭିନ୍ନ ସାହି କମିଟିର ସତର୍କ ରହିବାପାଇଁ ପରାମର୍ଶ ଦିଆଯାଇଛି।ରଥ ଯାତ୍ରା ଓ ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ଶେଷ ହେବା ପର୍ଯ୍ୟନ୍ତ ସମସ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଦୋଳ ମୁଣ୍ଡେଇ ପତି ତପାବନ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର, ରାଣୀହାଟ ଜଗନ୍ନାଥ ମନ୍ଦିର ଏବଂ ମହାନଦୀ ବିହାର ଜଗନ୍ନାଥ ମନ୍ଦିର ରଥ ଯାତ୍ରା ପାଇଁ ବେସ୍ ପ୍ରସିଦ୍ଧ। ଆସନ୍ତା ଜୁଲାଇ ମାସ ୧୬ରୁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା।ରଥ ଯାତ୍ରା ପୂର୍ବରୁ କଟକ ସହରର ରାସ୍ତା ଘାଟର ମରାମତି କରାଯିବ ବୋଲି ମେୟର ସୁବାସ ସିଂହ ପ୍ରସ୍ତୁତି ବୈଠକରେ ପ୍ରତିଶ୍ରୁତି ଦେଇଥିଲେ।