ପାଲଲହଡା. – ଛ ଦିନ ହେଲା NGO ହଟାଇବା ଦାବି ରେ ଜମରଡିହ ଡାକ୍ତର ଖାନା ରେ ତାଲା ଝୁଲୁଛି, ଆନ୍ଦୋଳନ କାରି ନିଜ ଜିଦ ରେ ଅଟଳ lNGO କର୍ମଚାରୀ ହଟ ହଟl ତିନି ଘଣ୍ଟା ଧରି ଅଟକ ଘଟଣା ସ୍ଥଳ ରେ ଉତେଜନା l

ପାଲଲହଡା ତା 24.06.2026. : ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସରକାର NGO ପରିବର୍ତନ କୁ ହସ୍ତାନ୍ତର କରିବା ପରେ ଅଂଚଳ ବାସି ଏହାକୁ ବିରୋଧ କରିବା ଯୋଗୁ ଗତ 01 ତାରିଖ ଠାରୁ ଅଚଳା ଅବସ୍ଥା ଲାଗି ରହିଛି ବିଗତ ଛ ଦିନ ହେଲା ଫାଟକ ରେ ତାଲା ପକାଇ NGO ହଟାଇବା ଦାବି ରେ ଆନ୍ଦୋଳନ କାରି ଧାରଣା ରେ ବସିଛନ୍ତି ଯେ ପର୍ଯ୍ୟନ୍ତ NGO ନ ହଟିଛି ଆମେ ତାଲା ଖୋଲୁବୁ ନାହଁ ସରକାରୀ ଡାକ୍ତର ନିଯୁକ୍ତି ଆମର ଦାବି, ଏ ଅଂଚଳ ରେ ସ୍ୱାସ୍ଥ୍ୟ ସେବା ବିଗିଡିବା ଆରମ୍ଭ ହୋଇଛି, ଆଜି ସକାଳ ସାତଟା ସମୟ ରେ ପରିବର୍ତନ, NGO ର କର୍ମକର୍ତା ଓ ଡାକ୍ତରୀ ଦଳ ଗଟେ ରେ ପହଂଚି ଡାକ୍ତର ଖାନା କୁ ଯିବାକୁ ଉଦ୍ୟମ କରିବା ବେଳେ ତାକୁ ଆନ୍ଦୋଳନ କାରୀମାନେ ଘେରି ଥିଲେ ଭିତରକୁ ଯିବାକୁ ଦେଇ ନ ଥିଲେ ଦୀର୍ଘ ତିନି ଘଣ୍ଟା ଧରି ଅଟକ ରଖି ଥିଲେ ଭିତରକୁ ଯାଇ ନ ପାରି ବାହାରେ ଛିଡା ହେଲେ ଦୀର୍ଘ ସମୟ ଘଟଣା ସ୍ଥଳ ରେ ଉତଜେନା ଲାଗି ରହି ଥିଲା ଆନ୍ଦୋଳନ କାରି ମାନେ ଧମକ ଦେଇଛନ୍ତି ଯଦି ସରକାର NGO କୁ ନ ହଟlନ୍ତି ଜବରଦସ୍ତ ଡାକ୍ତର ଖାନା ଖୋଲନ୍ତି ତେବେ ଆମେ ଜଣେ ବି ରୋଗୀ, ଛୁଆ ପିଲା, ଛାତ୍ର ଛାତ୍ରୀ କେହି ଜଣେ ବି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯିବୁ ନାହଁ, ଉପାନ୍ତ ଅଂଚଳ ରେ ସ୍ୱାସ୍ଥ୍ୟ ସେବା ବିଗୁଡୁଛି ତୁରନ୍ତ ସରକାର ଓ ପ୍ରଶାସନ ପକ୍ଷରୁ ଆଲୋଚନା ମାଧ୍ୟମ ରେ ସ୍ଥାୟୀ ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବି l

Leave a Reply

Your email address will not be published. Required fields are marked *