

କଟକ : ଆଧୁନିକ ଜ୍ଞାନ ବିଜ୍ଞାନ ଯୁଗରେ ବିଜ୍ଞାନ ର ଅଗ୍ରଗତି ସାଙ୍ଗକୁ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ସେମାନଙ୍କର ଦକ୍ଷତା ବୃଦ୍ଧି କରନ୍ତୁ। ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଶିକ୍ଷକ ଏବଂ ଅଭିଭାବକ ମାନଙ୍କର ଗୁରୁ ଦାୟିତ୍ୱ ରହିଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବହୁ ପ୍ରତିଭା ରହିଛି। ସେହି ପ୍ରତିଭା କୁ ସୃଷ୍ଟି କରିବା କ୍ଷେତ୍ରରେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସର୍ବୋପରି ଅଭିଭାବକ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ ଗଠନ କରିବା ସହ ବିକଶିତ ଓଡିଶା ଏବଂ କଟକ ଜିଲ୍ଲା କୁ ଶ୍ରେଷ୍ଠ ଶିକ୍ଷା ଜିଲ୍ଲାରେ ପରିଣତ କରିବା ପାଇଁ ବହୁ ବିଶିଷ୍ଟ ଅତିଥିମାନେ ଆଜି ଦରଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନ ଠାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଏବଂ ମାଟ୍ରିକ ପରୀକ୍ଷାରେ ଏ୧ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ କଟକ ଜିଲ୍ଲା ଶିକ୍ଷା ମଣ୍ଡଳ ମିଳିତାନୁକୂଲ୍ୟରେ ଆଜି ନେତାଜୀ ସଂସ୍କୃତି ଭବନ ଠାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଯାଇଛି। ଜିଲ୍ଲା ରେ ୨୮୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ ସ୍ୱାଗତ ଭାଷଣ ଦେଇ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ, ସି. ଏମ. ସି. କମିଶନର କିରଣ ଦୀପ କୌର, ଏବଂ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଓ ସାହେବ ସିନ୍ଧେ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି କହିଲେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବହୁ ପ୍ରତିଭା ରହିଛି। ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସେହି ପ୍ରତିଭାକୁ ଅନ୍ୱେଷଣ କରି ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ ଗଠନ କରନ୍ତୁ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଜିତା ଭାସ୍କର, ମନୋରଞ୍ଜନ ବାରିକ ଏବଂ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।