


ରାଜଗାଙ୍ଗପୁର: (କାବ୍ୟୁ) : ବୁଧବାର, ଜୁନ୍ ୨୪, ୨୦୨୬, ସନ୍ଧ୍ୟା ୬:୩୦ ଘଟିକା ସମୟରେ, ଆଗାମୀ ଜୁନ୍ ୨୬ ତାରିଖରେ ହେବାକୁ ଥିବା ମୋହରମ ମହୋତ୍ସବ ସମ୍ପର୍କରେ ରାଜଗାଙ୍ଗପୁର ଥାନା ପରିସରରେ ଏକ ଶାନ୍ତିକମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଫିତାକାଟି ବୈଠକ ସଭାଗୃହର ଉଦଘାଟନ କରିଥିଲେ। ଏହି ଶାନ୍ତି କମିଟି ବୈଠକ ଡିଆଇଜି,ବୃଜେଶ ରାୟ ଓ ସୁନ୍ଦରଗଡ଼ ପୋଲିସ ଅଧିକ୍ଷକ ଅମୃତପାଲ କୌରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଆରକ୍ଷିକ ଅଧିକ୍ଷକ ସୁରେନ୍ଦ୍ର ମାଝୀ, ତହସିଲଦାର ଜଗବନ୍ଧୁ ମଲ୍ଲିକ, ବ୍ଲକ ଅଧିକାରୀ ଅକ୍ଷୟ କୁମାର ବାଗ, ପୌରନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ପୌର ଅଧ୍ୟକ୍ଷା ମାଧୁରୀ ଲୁଗୁନ, ଉପନଗରପାଳ ଏମଡି ଇରଫାନ, ବିଦ୍ୟୁତ ବିଭାଗର ଏସଡିଓ ସଞ୍ଜୀବ କୁମାର ମହାନ୍ତି, ବିଜେପି ର ନଗର ମଣ୍ଡଲ ସଭାପତି ରାଜେନ ସୋନି, ମୁସଲିମ ପଞ୍ଚାୟତ କମିଟି ର ସଭାପତି ଏମଡି ଆରିଫ, ସାଧାରଣ ସମ୍ପାଦକ ମସୁଦ ଅମନ, ଇଫତେଖାର ଅହମ୍ମଦ (ପାକା ବାବୁ), ସୋଏବ ଆଲାମ, ଅଶୋକ ଦାସ, ଜାଫର ମୋବିନ, ଅସଫାକ ଅହମ୍ମଦ (ଗୁଡ୍ଡା), 9 ଆଖଡ଼ାର ସଭାପତି ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସମସ୍ତ ଧର୍ମର ଲୋକ ବାସ କରନ୍ତି, ଏବଂ ଆମର ରାଜଗାଙ୍ଗପୁର ଭାଇଚାରାର ସହର। ବୈଠକରେ ଭାଇଚାରାର ବାର୍ତ୍ତା ଦିଆଯାଇଥିଲା ଏବଂ ମହରମ୍ ଶୋଭାଯାତ୍ରାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଏହି ଶାନ୍ତି ବୈଠକରେ ସମସ୍ତ ସମ୍ପ୍ରଦାୟର ଲୋକ ଉପସ୍ଥିତ ଥିଲେ ଏବଂ ଭାଇଚାରାର ଆହ୍ୱାନ ଦେଇ ମହରମ୍ ପର୍ବକୁ ଭାଇଚାରାର ସହିତ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଡିଆଇଜି ବ୍ରିଜେଶ ରାୟ କହିଛନ୍ତି ଯେ ଏସପି ଏବଂ ଅତିରିକ୍ତ ଏସପିଙ୍କ ତତ୍ତ୍ୱାବଧାନରେ ମହରମ୍ ପର୍ବ ଶାନ୍ତିପୂର୍ଣ୍ଣ ପରିବେଶରେ ପାଳନ କରାଯିବ। ଏହା ବ୍ୟତୀତ ବୈଠକରେ ଉପସ୍ଥିତ ସମସ୍ତ ବିଭାଗ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖନୀୟ ଯେ ଏହି ପର୍ବକୁ ସୁରୁଖୁରୁରେ ପାଳନ କରିବା ପାଇଁ, ୧୫ ପ୍ଲାଟୁନ ଫୋର୍ସ ଏବଂ ସହରର ଅନେକ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମହରମ୍ ପର୍ବ ପାଳନ କରାଯିବା ପାଇଁ ଶାନ୍ତି ବୈଠକରେ ସୂଚନା ଦିଆଯାଇଥିଲା। ବୈଠକରେ ଉପସ୍ଥିତ ସମସ୍ତ ଲୋକ ଏହାକୁ ସୁରୁଖୁରୁରେ ପାଳନ କରିବା ବିଷୟରେ ଆଲୋଚନା କରିଥିଲେ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )