
ପାଲଲହଡା : ଶିଳ୍ପ ସମୃଦ୍ଧ ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଉପାନ୍ତ ରେ ଦୀର୍ଘ 22 ଦିନ ହେବ ସ୍ୱାସ୍ଥ୍ୟ ସେବା ଠପ ହୋଇ ପଡିଛି, ଆଜକୁ 51 ବର୍ଷ ହେବ ଉପାନ୍ତ ର ପାଞ୍ଚୋଟି ପଂଚାୟତ ର 30 ହଜାର ରୁ ଉର୍ଦ୍ଧ ମହିଳା ପୁରୁଷ ବନ୍ଧାଭୂଇଁ ପଂଚାୟତ ର ଜମରଡିହ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସରକାରୀ ଡାକ୍ତର ଙ୍କ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରି ଆସୁଛନ୍ତି, ତେବେ ଏହାକୁ ସରକାର ଚଳାଇ ପାରିଲେନି ବୋଲି ଗତ 01.06.26 ତାରିଖ ଠାରୁ ଏକ NGO ସଂସ୍ଥା କୁ ଟେକି ଦେଇ ଥିଲେ , ଯାହା ଫଳ ରେ ସେବେ ଠାରୁ ଉପାନ୍ତ ଅଂଚଳ ର ଆଦିବାସୀ ମହିଳା ଓ ଲୋକଙ୍କମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇ ଥିଲା, ଯେବେ ଠାରୁ NGO ଦାଇତ୍ୱ ନେଲା ସେବେ ଠାରୁ ଉତ୍ତକ୍ତ୍ୟ ମହିଳା ସଙ୍ଘ ସ୍ୱାସ୍ଥ୍ୟ କେନ୍ଦ୍ର କୁ ତାଲା ପକାଇ ଦୀର୍ଘ 22 ଦିନ ହେବ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଧାରଣା ଦେଇ ବସି ରହି ଛନ୍ତି, ତାଙ୍କ ସ୍ୱର କୁ ନା ସରକାର ଶୁଣୁଛନ୍ତି ନା ପ୍ରଶାସନ ଶୁଣୁଛନ୍ତି, ପରି ଶେଷ ରେ ଆଜି ଉପାନ୍ତ ଅଂଚଳ ର ଏକ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏକାଠି ହୋଇ ସକାଳ 10 ଟା ସମୟ ରେ ପାଲଲହଡା ଓ଼ଭର ବ୍ରିଜ ଠାରୁ ଏକ ବିରାଟ ପଟୁଆର ରେ ବସଷ୍ଟାଣ୍ଡ, ବଜାର ଦେଇ ମାଆ କୁଣ୍ଢେଇବୀରl ମନ୍ଦିର ଛକ ଓ ଶାସନ ସାହି ଦେଇ ଉପଜିଲ୍ଲାପାଳ ଙ୍କ ଅଫିସ ରେ ପହଁଚି ଦୀର୍ଘ ପାଞ୍ଚ ଘଣ୍ଟା ଧରି ଘରୋଉ କରି ଧାରଣା ରେ ବସି ରହି ଥିଲେ, ଆଦିବାସୀ ମହିଳା ମାନଂକୁ ପାଲଲହଡା ବିଜେଡି ସମ୍ପୂର୍ଣ ସମର୍ଥନ ଦେଇ ଧାରଣା ମଧ୍ୟ ସାମିଲ ହୋଇ ଥିଲା, ବିଜେଡି ପକ୍ଷରୁ ପ୍ରାକ୍ତନ ଲୋକପ୍ରିୟ ଢେଙ୍କାନାଳ ସାଂସଦ ମହେଶ ସାହୁ,ପାଲଲହଡା ର ପ୍ରାକ୍ତନ ବିଧାୟକ ମୁକେଶ ପାଲ, ପାଲଲହଡା ବ୍ଲକ ଅଧକ୍ଷା ରୀନା ରାଣୀ ନାଏକ ଓ ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ ସାମିଲ ହୋଇ ଥିଲେ, ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଡବଲ ଇଞ୍ଜିନ ସରକାର କୁ ସମାଲୋଚନା କରିବା ସହିତ ତୁରନ୍ତ ଜମରଡିହ ସ୍ୱାସ୍ଥ୍ୟ କେନ୍ଦ୍ର ରୁ NGO ହଟାଇ ସରକାରୀ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବି କରି ଥିଲେ ନଚେତ ଏ ଆନ୍ଦୋଳନ ଏକ ବୃହତ ଜନ ଆନ୍ଦୋଳନ ର ରୂପ ନେବ ବୋଲି କହି ଥିଲେ, ସେହି ପରି ପ୍ରାକ୍ତନ ବିଧାୟକ ମୁକେଶ ପାଲ କହି ଥିଲେ ଆଦିବାସୀ ଙ୍କ ସ୍ୱାସ୍ଥ୍ୟ ସେବା ସହିତ ସରକାର ନ ଖେଳନ୍ତୁ, ଏ ସରକାର ବିକାଶ ନା ରେ ପିସି ଆଦାୟ ରେ ବ୍ୟସ୍ତ ରହୁଛି କହି କଡା ସମାଲୋଚନା କରି ଥିଲେ, ସେ ଆହୁରି କହି ଥିଲେ ସରକାର ଶିକ୍ଷା, ସ୍ୱାସ୍ଥ୍ୟ କୁ ନେଇ ଆଉ ନ ଖେଳନ୍ତୁ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସରକାରୀ ଡାକ୍ତର ନିଯୁକ୍ତି କରି ଆଦିବାସୀ ଙ୍କ ସ୍ୱାସ୍ଥ୍ୟ ର ବିକାଶ କରନ୍ତୁ l ସେହିପରି ଆଦିବାସୀ ନେତା ଲକ୍ଷମାନ ହେମ୍ବ୍ରମ ତାଙ୍କ ବକ୍ତ୍ୟବ ରେ ଆଦିବାସୀ ମନକୁ ଏ ସରକାର ସର୍ବଦା ଅବହେଳା କରୁଛି ବୋଲି ସମାଲୋଚନା କରି ଥିଲେ, ପରି ଶେଷ ରେ ପ୍ରଶାସନ ପକ୍ଷରୁ ପାଲଲହଡା ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ପଟେଲ ଓ ଖମlର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧକାରୀ ଶଶିକାନ୍ତ ବେହେରା ସଭା ମଧ୍ୟ କୁ ଆସି ଲୋକଙ୍କ ସହିତ ଆଲୋଚନା କରି ଥିଲେ, ଡାକ୍ତର ଶଶିକାନ୍ତ ବେହେରା ଏ ସମ୍ପର୍କ ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧକାରୀ ଙ୍କୁ ଅବଗତ କରାଇ ଛନ୍ତି ଓ ସରକାର ଙ୍କ ନିଷ୍ପତି ଆସିଲେ କାର୍ଯ୍ୟକାରୀ ହେବ ବୋଲି ପ୍ରତି ସୃତି ଦେଇ ଥିଲେ, ତେବେ ଉପାନ୍ତ ର ପାଞ୍ଚ ପଂଚାୟତ ର ମହିଳା ମାନେ ଯେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରୁ NGO କୁ ନ ହଟାଇ ସରକାରୀ ଡାକ୍ତର ନିଯୁକ୍ତି ନ ଦେଇ ଛନ୍ତି ସେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ବନ୍ଦ ରହିବ ଓ ଆଗକୁ ଉପାନ୍ତ ର ସମସ୍ତ ସ୍କୁଲ ମଧ୍ୟ ବନ୍ଦ ପାଇଁ ଚେତାବନୀ ଦେବା ସହିତ ଆନ୍ଦୋଳନ କୁ ଏକ ବିରାଟ ଜନ ଆନ୍ଦୋଳନ ରେ ପରିଣତ କରିବେ ବୋଲି ଚେତାବନୀ ଦେଇଛନ୍ତି l