ବାରିପଦା /ଉଦଳା(କ:ବ୍ଯୂ) ତା୨୨/୦୬/୨୦୨୬ ଗୋଟିଏ ଦିନରେ ୩ ଗୋଟି ମାମଲାର ରାୟ ପ୍ରକାଶ କରିଛନ୍ତି ବିଚାରପତି । ଉଦଳା ଏସଡିଜେଏମ ଅନୁରାଗ ଦେହୁରୀ ୩ ଗୋଟି ମାମଲାରେ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ରାୟ ପ୍ରକାଶ ପାଇଥିବା ମାମଲା ଗୁଡିକ ମଧ୍ୟରୁ ଉଦଳା ଥାନା କେଶ ନଂ – ୫୮/୨୧.୦୬.୨୦୦୯, ଜିଆର କେଶ ନଂ – ୧୬୦/୦୯ ରେ ଆସାମୀ ହରିହର ସାମଲଙ୍କୁ ଦଫା ୩୫୪, ୫୦୬ ଆଇପିସି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ୬ ମାସ କାରାଦଣ୍ଡାଦେଶ ରାୟ ଶୁଣାଇବା ସଙ୍ଗେ ସଙ୍ଗେ ମୋଟ ଦେଢ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ହୋଇଛି । ତତସହିତ ଜୋରିମାନା ଅନାଦେୟ ବାବଦକୁ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ । ଏହା ସହିତ ଉକ୍ତ ଜୋରିମାନା ଟଙ୍କା ଅଭିଯୋଗକାରିଣୀ ପୀଡିତାଙ୍କୁ ଡିଏଲଏସଏ ମୟୂରଭଞ୍ଜ ଙ୍କ ମାଧ୍ୟମରେ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବ । ଉକ୍ତ ମାମଲାରେ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ରବିନ୍ କୁମାର ପଟ୍ଟନାୟକ, ସରକାରୀ ଓକିଲ ଏବଂ ମୁଦ୍ଦାଲା ତରଫରୁ ବରିଷ୍ଠ ଆଇନଜୀବି ରଜତ କୁମାର ମହାପାତ୍ର କେଶ ଲଢୁଥିଲେ । ସେହିପରି କପ୍ତିପଦା ଥାନା କେଶ ନଂ – ୪୨/୦୩.୦୭.୨୦୦୪, ଜିଆର କେଶ ନଂ – ୧୭୨/୨୦୦୪ ରେ ଆସାମୀ ଜୟନ୍ତ କୁମାର ଦାସଙ୍କୁ ଦଫା ୩୫୪ ଆଇପିସି ରେ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ଜେଲ ଦଣ୍ଡାଦେଶ ଓ ଏକ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ବାବଦକୁ ୨ ମାସ ଅଧିକ କାରାଦଣ୍ଡ ଏବଂ ଉକ୍ତ ଜୋରିମାନା ଟଙ୍କା ଅଭିଯୋଗକାରିଣୀ ପୀଡିତାଙ୍କୁ ଡିଏଲଏସଏ ମୟୂରଭଞ୍ଜ ଙ୍କ ମାଧ୍ୟମରେ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବ । ଏହି କେଶରେ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ରବିନ୍ କୁମାର ପଟ୍ଟନାୟକ, ସରକାରୀ ଓକିଲ ଏବଂ ବରିଷ୍ଠ ଆଇନଜୀବି ରବିନ୍ଦ୍ର କୁମାର ସାହୁ ପ୍ରତିପକ୍ଷଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ । ଅନ୍ୟ ଏକ ମାମଲା ୨(ବି)ସିସି କେଶ ନଂ – ୧୪/୨୦୧୨ରେ ଆସାମୀ ମହେନ୍ଦ୍ରନାଥ ବିନ୍ଧାଣୀ, ସଦାଶିବ ସିଂଙ୍କୁ ଦଫା ୨୧ ଅଫ୍ ଓଟି ଏଣ୍ଡ ଓଏଫ୍ପିଟି ନିୟମ ଅନୁସାରେ ଉଭୟ ଆସାମୀଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଓ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ଏବଂ ଜୋରିମାନା ଅନାଦେୟ ବାବଦକୁ ୨ମାସ ଲେଖାଏଁ ଅଧିକ ଜେଲ ଦଣ୍ଡାଦେଶ ନିଦ୍ଦୋଶ ଦେଇଛନ୍ତି । ଉକ୍ତ ମାମଲାରେ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ରବିନ୍ କୁମାର ପଟ୍ଟନାୟକ ସରକାରୀ ଓକିଲ ଏବଂ ଆଇନଜୀବୀ ଲକ୍ଷ୍ମୀକାନ୍ତ ବେହେରା ପ୍ରତିପକ୍ଷଙ୍କ କେଶ ଲଢୁଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)