କଟକ, ତା. ୨୨.୦୬.୨୦୨୬ ରିଖ – ମାନ୍ୟବର ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ଏକ ବିଶେଷ ଲୋକ ଅଦାଲତ ଆସନ୍ତା ଅଗଷ୍ଟ ୨୧,୨୨,୨୩ ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି । ଏହି ପ୍ରକ୍ରିୟାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଠାରେ ବିଚାରଧୀନ ଥିବା ପାରିବାରିକ, ବିବାହ, ଦୁର୍ଘଟଣାଜନିତ କ୍ଷତିପୁରଣ ମାମଲା, ଧନାଦେଶ ଅଗ୍ରାହ୍ୟ (ଚେକ୍ ବାଉନ୍ସ) ମାମଲା , ଶ୍ରମ ବିବାଦ , ଭୂ – ଅଧିଗ୍ରହଣ ଜନିତ ମାମଲା ରଫାଯୋଗ୍ୟ ଫୌଜଦାରୀ ମାମଲା ଓ ଆପୋଷ ବୁଝାମଣାଦ୍ଵାରା ସମାପ୍ତ ହୋଇପାରୁଥିବା ସମ୍ଭାବ୍ୟ ଉପଯୁକ୍ତ ଅନ୍ୟାନ୍ୟ ମାମଲାଗୁଡିକ ଫଇସଲା କରାଯିବ । ଏ ସମ୍ପରକରେ ଅଧିକ ସୂଚନା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକ, ଫୋନ ନଂ- ୦୬୭୧-୨୩୬୮୩୮୩, ୮୪୮୦୮୩୧୮୩୧ ଓ ଇ-ମେଲ – dlsacuttack@gmail.comରେ ଯୋଗାଯୋଗ କରାଯାଇପାରିବ । ଏଥିରେ ଆଇନଜୀବୀ, ମକଦ୍ଦମାକାରୀ ଏବଂ ସମ୍ପୃକ୍ତ ପକ୍ଷମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ବିବାଦର ଶୀଘ୍ର ଓ ସହଜ ସମାଧାନ କରିପାରିବେ। ଅଂଶଗ୍ରହଣକାରୀମାନେ ପ୍ରତ୍ୟକ୍ଷ ଭାବେ କିମ୍ବା ଅନଲାଇନ୍ ମାଧ୍ୟମରେ ଯୋଗଦେଇ ଏହି ଅଦାଲତରେ ଭାଗ ନେଇପାରିବେ। ଏହି ବିଶେଷ ଲୋକ ଅଦାଲତରେ ମାମଲା ଅନ୍ତର୍ଭୁକ୍ତ କରିବାକୁ ଇଚ୍ଛୁକ ପକ୍ଷମାନେ ନିର୍ଦ୍ଧାରିତ ଗୁଗୁଲ୍ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏହି ସମ୍ପର୍କରେ ସମସ୍ତ ତଥ୍ୟ ଏବଂ ଆବେଦନ ଲିଙ୍କ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୱେବସାଇଟରେ ଉପଲବ୍ଧ ରହିଛି।