

କଟକ:- ୧୮.୦୬.୨୦୨୬- ଆଜି କଟକ ସ୍ଥିତ ଏସ ସି ବି ରକ୍ତ କେନ୍ଦ୍ର ଦ୍ୱାରା ବିଶ୍ୱ ରକ୍ତଦାତା ଦିଵସ ପାଳନ ଅବସରରେ ଏସ ସି ବି ଅଡିଟୋରିଅମରେ ସ୍ଵେଚ୍ଛାକୃତ ରକ୍ତଦାତାମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସଭାର ଆୟୋଜ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମେଡିକାଲ୍ କଲେଜର ଅଧ୍ୟକ୍ଷ ପ୍ରତିଭା ପଣ୍ଡା, ସୂପରିଟେନଡେଣ୍ଟ ଡାଃ ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ, ଏସ ବି ଟି ସିର ଯୁଗ୍ମ ନିର୍ଦ୍ଦେଶକ ବ୍ଲଡ ସେଫ୍ଟୀ ଡାଃ ଦେବାଶିଷ୍ ମିଶ୍ର ଓ ଏସ ସି ବି ଟ୍ରାନସ୍ଫୁଜନ୍ ମେଡ଼ିସିନ ଵିଭାଗ ର ମୁଖ୍ୟ ଡାଃ ସ୍ମିତା ମାହାପାତ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିମନ୍ତ୍ରିତଅତିଥି ଭାବେ ଏସ ସି ବି ର ଏଡମିନ ଅଫିସର୍ ସୁବାସ ଚନ୍ଦ୍ର ରାଉତ ଓ ଆସୋସିଏଟ ପ୍ରଫେସର୍ ସୁସ୍ମିତା ବେହେରା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡ଼ଃ ନରେଶ ଚନ୍ଦ୍ର ସାହୁଙ୍କୁ ବର୍ଷର ବିଭିନ୍ନ ସମୟରେ ବିଶେଷ କରି ଖରାଦିନେ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତଦାନ ଶିବିର ଆୟୋଜନ କରି ଏସ ସି ବି ରକ୍ତ କେନ୍ଦ୍ରକୁ ସହାୟତା ପ୍ରଦାନ କରିବା ନିମନ୍ତେ ଆଜି ବିଶ୍ୱ ରକ୍ତଦାତା ଦିଵସ ରେ ସମ୍ମାନିତ କରା ଯାଇଛି। କୌଣସି ଅନିର୍ବାଯ୍ୟ କାରଣ ନିମେନ୍ତ ତାଙ୍କ ତରଫରୁ ବଡ଼ ଭାଇ ରମେଶ ଚନ୍ଦ୍ର ସାହୁ ଓ ଓଡିଶା ରକ୍ତଦାତା ମହାସଂଘର ରାଜେଶ ପଣ୍ଡା ଏହି ପ୍ରଶଂସା ପତ୍ର ମୁଖ୍ୟ ଅତିଥି ଡାଃ ପ୍ରତିଭା ପଣ୍ଡାଙ୍କ ଠାରୁ ଗ୍ରହଣ କରିଥିଲେ। ସୂଚନା ଯୋଗ୍ୟ କି ଡାଃ ସାହୁ ବର୍ତ୍ତମାନ ଯାଏ ନିଜେ ୧୦୧ ଥର ରକ୍ତଦାନ କରିସାରିଛନ୍ତି ଏବଂ ଓଡିଶାର ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିରର ଆୟୋଜନ କରିଥାନ୍ତି। ଏସ ସି ବି ଟ୍ରାନସ୍ଫୁଜନ୍ ମେଡ଼ିସିନ ଵିଭାଗ ର ମୁଖ୍ୟ ଡାଃ ସ୍ମିତା ମାହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ୧୦୦ ରୁ ଉର୍ଦ୍ଧ୍ଵ ରକ୍ତଦାତା ଓ ସଂଗଠନ ମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଏସ ସି ବି ଟ୍ରାନସ୍ଫୁଜନ୍ ମେଡ଼ିସିନ ଵିଭାଗର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।