ମହମ୍ମଦ୍ ମୋକିମ୍ ଙ୍କୁ ଚଣ୍ଡିଖୋଲ ରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଚଣ୍ଡିଖୋଲ ୧୫/୬(କ ବ୍ୟୁ) ଓଡ଼ିଶା ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ସଭାପତି ମହମ୍ମଦ ମୋକିମ ଙ୍କୁ ଚଣ୍ଡିଖୋଲ ଛକ ଠାରେ ଓଡିଶା ଜନତା କଂଗ୍ରେସ ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲା ଓଡ଼ିଶା ଜନତାକଂଗ୍ରେସ ଦଳର ପ୍ରତିଷ୍ଠାତା ସଭ୍ୟ ସଂଜଯ ରାୟ, ସୁରେଶ୍ ଚନ୍ଦ୍ର ସାହାଣୀ, ଦିଲ୍ଲୀପ କୁମାର ରାଉତ, ପ୍ରଦୀପ କୁମାର ଧଳ ଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ମହମ୍ମଦ୍ ମୋକୀମ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଚଣ୍ଡିଖୋଲ ଛକ ପରିକ୍ରମା କରାଇଥିଲେ। ପରେ ଶ୍ରୀ ମୋକିମ୍ ରସୁଲପୁର ବ୍ଲକ୍ ବ୍ରହ୍ମବରଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତ ବିଜୟ କୁମାର ଦାସ ଙ୍କ ଏକ ଦଶାହ କାର୍ଯ୍ଯକ୍ରମ ରେ ଯୋଗଦେବା ପାଇଁ ବ୍ରହ୍ମ ବରଦା ଯାଇଥିଲେ। ସେଠାରେ ସେ ସ୍ୱର୍ଗତ ବିଜୟ କୁମାର ଦାସ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତି ସଭାରେ ଯୋଗଦାନ କରି ସ୍ୱର୍ଗତ ବିଜୟ ଙ୍କୁ ଜଣେ ଦୃଢ଼ ସଙ୍ଗଠକ, ସମାଜସେବୀ, ତାଙ୍କ ସରପଞ୍ଚ କାର୍ଯ୍ୟକାଳ ମଧ୍ୟରେ ପଂଚାୟତର ବହୁ ଉନ୍ନତିମୂଳକ କାର୍ଯ୍ୟ କରି ଜନପ୍ରିୟତା ହାସଲ କରିଥିଲେ। ତାଙ୍କ ମୃତ୍ୟୁ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଥିଲେ। ପରେ ସ୍ବର୍ଗତ ବିଜୟ କୁମାର ଦାସ ଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ବିଦ୍ୟାଧର ମହାନ୍ତି, ମନୋରଂଜନ ନାୟକ, ଦୂର୍ଗା ଚରଣ ମଲିକ୍, ଭବାନୀ ଶଙ୍କର ନାୟକ, ସଂଗ୍ରାମ ରାୟ, ଗୋବିନ୍ଦ ସାମଲ ଇଶ୍ୱର ଚନ୍ଦ୍ର ସାମଲ, ବୁଲା ମଲିକ୍ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *