ନୟାଗଡ : ପ୍ରେମ ପାଇଁ ଗୁଳିକାଣ୍ଡ। ଏଭଳି ଗୁଳିକାଣ୍ଡ ଗଣିଆ ଥାନା ପାଣ୍ଡରାସିଙ୍ଗା ବଜାର ରେ ଘଟିଛି। ସେହି ଗାଁ ର ରବୀନ୍ଦ୍ର କୁମାର ନାୟକ ଙ୍କ ବଡଭାଇ ସୁଧାଂଶୁ ଶେଖର ନାୟକ ଖଣ୍ଡପଡା ଥାନା ସିଧାମଳା ଗାଁର ଦିଲ୍ଲୀପ ମନ୍ତ୍ରୀ ଙ୍କ ସ୍ତ୍ରୀ କୁ ପ୍ରେମ କରି ପ୍ରାୟ ଏକ ବର୍ଷ ହେବ କୁଆଡେ ନେଇ ପଳାଇ ଯାଇଥିଲେ। ଏନେଇ ୨ ପରିବାର ମଧ୍ୟରେ ବାରମ୍ବାର ମାଡ ପିଟି ହୋଇଥିଲା। ୨ ଗାଁ ର ଭଦ୍ର ବ୍ୟକ୍ତି ଆପସ ସମାଧାନ ହୋଇଥିଲା। ଆଜି ସନ୍ଧ୍ୟା ସମୟରେ ରବୀନ୍ଦ୍ର ତାଙ୍କ ଗାଁ ରେ ଥିବା ଗ୍ୟାରେଜ ରେ ବସିଥିଲେ। ବିଦ୍ୟୁତ ନଥିବାରୁ ଏକ କାର ରେ କିଛି ଯୁବକ ଆସି ଗୁଳି କରିଥିଲେ। ଗୁଳିକରୀ ଯୁବକ ମନେ ପଳାଇ ଯଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରବୀନ୍ଦ୍ର କୁ ଗଣିଆ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ନୟାଗଡ SP ଙ୍କ ତତ୍ଵାବଧାନ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦିଲ୍ଲୀପ ମନ୍ତ୍ରି କୁ ଧରିବାରେ ସକ୍ଷମ ହୋଇଛି। ତାହାଠାରୁ ବନ୍ଧୁକ ଓ ଏକ କାର ଜବତ ହୋଇଛି। ଆଜି ସକାଳୁ ଗ୍ରାମବାସୀ ମାନେ ନିରପେକ୍ଷ ତଦନ୍ତ ଦାବିରେ କଣ୍ଟିଲୋ ଗଣିଆ ରାସ୍ତା କୁ ଟାୟାର ଜାଳି ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ସ୍ଥାନରେ ଖଣ୍ଡପଡା SDPO ଉତ୍ତକ୍ତ ଗ୍ରାମବାସୀ ଙ୍କୁ ବୁଝାଇବା କୁ ଚେଷ୍ଟା ଚଳାଇଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ