


ବଡଚଣା : ବଡଚଣା ବ୍ଲକ୍ ଦକ୍ଷତା ବିକାଶ ସଭା ଗୃହ ଠାରେ। ଯାଜପୁର ଜିଲ୍ଲା ପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଅନୁଷ୍ଟିତ ହୋଇଯାଇଛି।ବଡଚଣା ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଜଣ ଶୁଣାଣି ଶିବିରରେ ଯାଜପୁର ଜିଲ୍ଲାପାଳ ଆମ୍ବର୍ କୁମାର କର ଓ ଯାଜପୁର ଜିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପାତ୍ର ଯୋଗଦେଇ ଅଭିଯୋଗ କାରୀ ଙ୍କ ଅଭିଯୋଗ ଶୁଣାଣି କରିଥଲେ । ମୋଟ୍ ୭୨ ଅଭିଯୋଗ ପଞ୍ଜୀକୃତ ହୋଇଥଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୬ ହଜାର୍ ଟଙ୍କା ପ୍ରଦାନ କରଯାଇଥିଲା। ଏହି ଜନ ଅଭିଯୋଗ ଶୁଣାଣି ରେ ଏ ଡି ଏମ୍, ଯୁଧିଷ୍ଟିର ନାୟକ. ଉପ ଜିଲ୍ଲାପାଳ ସାରସ୍ଵତ ସାହୁ,ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ,ଜିପିଓ ମାନସ ଜେନା , ଏ ବିଡ଼ିଓ ଜ୍ଞାନରଞ୍ଜନ ନାୟକ, ବଡଚଣା ଥାନା ଅଧିକାରୀ ଜଗଦୀଶ କର ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲ।