ଗରେଇ ଗ୍ରାମରେ ପବିତ୍ର ମିଶ୍ରଙ୍କ ସୃତି ଚାରଣ ସଭା l

ପାରାଦୀପ : କୁଜଙ୍ଗ ବ୍ଲକ ଗରେ଼ଇ ଗ୍ରାମରେ ସୋର୍ଗତ ପବିତ୍ର ମିଶ୍ରଙ୍କ ଦ୍ୟାଦସ୍ ରେ ଶ୍ରୁତି ଚାରଣ୍ ସଭା ଅନୁଷ୍ଠିତ କରାଯାଇ ଥିଲା l ଏହି ଶୃତି ଚାରଣ ସଭା ରେ ଗରେଈ ଗ୍ରାମ ପଞ୍ଚାୟତ ର ବହୁ ବୁଦ୍ଧିଜୀବି ତଥା ସରପଞ୍ଚ ଯୋଗ ଦେଇ ଥିବା ବେଳେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବସନ୍ତ କୁମାର ବିଶ୍ଵାଳ ମଧ୍ୟ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l ଏହି ସଭାରେ ପାରାଦୀପ ର ଏକ ଅଗ୍ରଣି ଅନୁଷ୍ଠାନ ର ସଭାନେତ୍ରୀ ମନୋରମା ଖଟୁଆ ଯୋଗ ଦେଇ ଥିବା ବେଳେ ମଞ୍ଚ ପରିଚାଳନା କରିଥଲେ ସମାଜ ସେବୀ ଶ୍ରୀ ବିଷ୍ଣୁ ଚରଣ ମୁଦୁଲି ତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବାବୁରାମ ଚୌଧୁରୀ, ପାରାଦୀପ ଗଡ ଗ୍ରାମର ବରିଷ୍ଟ ସମାଜ ସେବୀ ଶ୍ରୀ ବଲ୍ଲଭ କର ଓ ବହୁ ମାନ୍ୟ ଗଣ୍ୟ ବେକ୍ତି ବୁଦ୍ଧିଜୀବୀ ନାରୀ ନେତ୍ରୀ ବହୁ ଯୁବ ସମାଜ ଯୋଗ ଦେଇ ପବିତ୍ର ମିଶ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିଥିବା ବେଳେ ତାଙ୍କର ପରିବାରଙ୍କୁ ଅସୀମ ଧର୍ଯ୍ୟ ଦେବାକୁ ପ୍ରଭୂ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ କାମନା କରି ଥିଲେ l ମଞ୍ଚlସିନ ଅତିଥି ମାନେ ପବିତ୍ର ମିଶ୍ରଙ୍କ କୀର୍ତ୍ତି କଳlପ ଉପରେ ଆଲୋକ ପାତ୍ କରିଥିବା ବେଳେ ସେ କରିଯାଇ ଥିବା କାର୍ଯ୍ୟ ପାରାଦୀପ ବନ୍ଦର ରେ ଚାକିରୀ କରିଥିବା ବେଳେ ନେତାଜୀ ମେମୋରିଆଲ ଟ୍ରଷ୍ଟ ନାମରେ ଏକ ସଂଗଠନ କରି ପାରାଦୀପ ବଡ଼ ପଡିଆ ବସ ଷ୍ଟାଣ୍ଡରେ ନିକଟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କରି ନିଜର ଜସ୍ ଗାରିମା ବଜାୟ ରଖିଥିବା ବେଳେ ବିଭିନ୍ନ ଅନୁଷ୍ଠାନ କରି ବହୁ ଯୁବକ ମହିଳା ଓ ବୁଦ୍ଧି ଯିବି ମାନଙ୍କୁ ସାମିଲ କରିଥିବା ଦେଖିବାକୁ ମିଳୁଛି l ଏତିକିରେ ସେ ବିଶ୍ରାମ ନେଉଁ ନ ଥିଲେ ପାରାଦୀପ ର ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ମହିଳା ଶକ୍ତି ସହ ସାମିଲ ହୋଇ ମଦ ବିରୋଧୀ ଆନ୍ଦୋଳନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଏହାକୁ ନେଇ ସମଗ୍ର ଗରେଇ ପଞ୍ଚାୟତ ସହ ପାରାଦୀପ ବନ୍ଦର ରେ ନିଜର ନାମ ଉଜ୍ଜୀବିତ କରି ରଖିବା ସହ ତାଙ୍କର ନାମ ସର୍ବଦା ମନେ ରହିବ ବୋଲି ଉପସ୍ଥିତ ଅତିଥି ମାନେ ନିଜର ଅଭିଭାଷଣ ରଖିଥିବା ଦେଖିବାକୁ ମିଳିଥିଲା l ଆଜି ତାଙ୍କର ଦ୍ଵାଦଶ ରେ ଗରେଇ ଗ୍ରାମରେ ତାଙ୍କ ନାମରେ ପବିତ୍ର ନେତାଜୀ ପାଠାଗାର ନିର୍ମିତ ପାଇଁ ଉପସ୍ଥିତ ଅତିଥି ମାନେ ଗ୍ରାମର ସରପଞ୍ଚ ଙ୍କ ପାଖରେ ପ୍ରସ୍ତାବ ମଧ୍ୟ ରଖିଥିବା ଦେଖିବାକୁ ମିଳିଥିଲା l ଗ୍ରାମ ବାସିନ୍ଦା ଙ୍କ ନିମନ୍ତେ ଏକ ଭୋଜିର ଆୟୋଜନ ମଧ୍ୟ କରାଯାଇ ଥିବା ବେଳେ ସମସ୍ତେ ଆନନ୍ଦରେ ଭୋଜନ ଗ୍ରହଣ କରି ଅମର ଆତ୍ମାର ସଦାଗତି କାମନା କରିଥିଲେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *