
ଗଛ ଦେଇଥାଏ ଫୁଲ-ଫଳ ଭାଇ
ଦେଇଥାଏ ପୁଣି ଜାଳ,
ପଥର ପଥିକ ହୋଇଣ ହତାସ
ରାହା ଖୋଜେ ଗଛ ତଳ ।
ଗଛ ଦେଇଥାଏ ରୋଗୀମାନଙ୍କର
କେତେ ଔଷଧ ସେବନ,
କେତେ ଦରକାରୀ ସରଞ୍ଜାମ ସାଥେ
ଦେଇଥାଏ ବାସସ୍ଥାନ ।
ପରିବେଶକୁ ସେ କରଇ ନିର୍ମଳ
ଦିଏ ପୁଣି ଅମ୍ଳଜାନ,
ଖରା-ବରଷାର ସାଥୀ ଆମ ଗଛ
ସୀମା ନାହିଁ ତା’ର ଗୁଣ ।
ଆସ ଆସ ଭାଇ ଭଉଣୀ ସଭିଏଁ
ଲଗାଇବା ଆମେ ଗଛ,
ସବୁଜ ସୁନ୍ଦର କରିଦେବା ବନ୍ଧୁ
ଆମ ଘର ଆଗ-ପଛ ।
ପ୍ରାଣୀ ଓ ଉଦ୍ଭିଦ ସମାନ ଜୀବନ
ଗଛକଟା ମନୁ ପୋଛ,
ଧର୍ମ ଯଦି ଆମେ କରିବା ଅର୍ଜନ
ଆସ ଲଗେଇବା ଗଛ ।
ଶମ୍ଭୁନାଥ ଦାସ
କୋଲକାତା